ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଓ ତରାପୁର ଗ୍ରାମ ପଞ୍ଚାୟତ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ ଙ୍କ ସଭାପତିତ୍ୱରେ ଓ ବ୍ଲକ ସଭାପତି ପ୍ରମୋଦ ହଂସଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ସଂପାଦକ ଏକାଦଶୀ ଗୋପାଳ, ସହ ସଂପାଦକ ସଂନ୍ତୋଷ ଭୋଇ, କୋଷାଧ୍ୟକ୍ଷ ଘନଶ୍ୟାମ ଭାଟି, ବ୍ଲକ ଯୁବ ସଂପାଦକ ସୁଧୀର ଗୋପାଳ, ଯୁବ ସଭାପତି ତଥା ଯୋନ-୩ ଜିଲ୍ଲାପରିଷଦ ପ୍ରଣବ ଭଇଁସାଲ, ଜିଲ୍ଲା ସଂଯୋଜକ ଡାକେଶ୍ଵର ଲହଜଳ,ସାଙ୍ଗଠନିକ ସଂପାଦକ ଭବାନୀ ବଣିଆ,ଏନଏସି ଯୁବ ସଭାପତି ସୋମ୍ୟ ରଂଜନ ନାଏକ, ଶିକ୍ଷାବିତ ଗିରିଧର ସାହୁ, ପ୍ରମୁଖ ଯୋଗଦାନ କରି ଓବିସି ମାନଙ୍କ ସାମ୍ବିଧାନିକ ହକ,ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଅଗାମିଦିନରେ ଓବିସି ସମାଜ କୁ ସୁ ସଂଗଠିତ କରି ଆଗକୁ ବଢ଼େଇବା ପାଇଁ ବୋଡେ଼ନ ପଞ୍ଚାୟତ ଓବିସିମଞ୍ଚ କମିଟି ଗଠନ ହୋଇଥିଲା । ସଭାପତି ଭାବେ ରାଜେନ୍ଦ୍ର ଗୋପାଳ, ସଂପାଦକ ପ୍ରଭାତ ନାଏକ,ସହ ସଂପାଦକ ବଦ୍ରିନାଥ ଗୋପାଳ, କୋଷାଧ୍ୟକ୍ଷ ସୁଶାନ୍ତ ନିଆଲ, ସଂଗଠନ ସଂପାଦକ ଭଗବାନ ମାଝୀ, ଉପ ସଭାପତି ଅକ୍ଷ ସା ଙ୍କୁ ମନୋନୀତ କରାଯାଇଥିଲା ସେହିପରି ତରାପୁର ପଞ୍ଚାୟତ ଓବିଶି ମଞ୍ଚ କମିଟି ସଭାପତି ଭାବେ ଗୋବିନ୍ଦ ଲହଜଳ,ଉପସଭାପତି ଲିଙ୍ଗ ବାରିହା, କାର୍ଯ୍ୟକାରୀ ସଭାପତି ନରେଶ ପଟେଲ, ସଂପାଦକ ସଂଜୀବ ସାହୁ, ସହ ସଂପାଦକ ବବୃ ବାହାନ ବିଶି, ସଂଗଠନ ସଂପାଦକ ସିଦ୍ଧେଶ୍ଵର ସାହୁ,କୋଷାଧ୍ୟକ୍ଷ ଲୋକନାଥ ବାରିହା,ଯୁବ ସଭାପତି ନରେନ୍ଦ୍ର ପଟେଲ, ସଂପାଦକ ମୁକେଶ ଲହଜଳ,କୋଷାଧ୍ୟକ୍ଷ ସୁନୀଲ ନାଏକଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବ୍ଲକ ଓବିଶି ମଞ୍ଚ ସଂପାଦକ ଏକାଦଶୀ ଗୋପାଳ ପରିଚାଳନା କରିଥିଲେ ।

