ଏନ୍ ଏଚ ୨୬ କୋକୋମୁଣ୍ଡା ଗ୍ରାମ ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନ୍ ଏଚ ୨୬ ଉପରେ ଥିବା କୋକୋ ମୁଣ୍ଡା ଗ୍ରାମ ନିକଟରେ ଶନିବାର ରାତି ପ୍ରାୟ ୭.୩୦ ମିନିଟ ସମୟରେ ଏକ ଅଟୋ ଓ ମଟର ସାଇକଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଟୋ ଚାଲକ ଓ ମଟର ସାଇକଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ କେସିଙ୍ଗା ବ୍ଲକ ରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କିଛି ଛାତ୍ର ଛାତ୍ରୀ ନିଜ ଗ୍ରାମ ଅଧମୁଣ୍ଡା ଏକ ଅଟୋ ରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ସହିତ ମୁହାଁ ମୁହିଁ ଧକ୍କା ହୋଇଛି। ଧକ୍କା ଏତେ ଜୋର୍ ରେ ହୋଇଛି ଯେ ଅଟୋର ଆଗପଟ ଓ ମଟର ସାଇକଲ ର ହେଡ ଚୁରମାର ହୋଇ ଯାଇଛି। ଦୁର୍ଘଟଣା ରେ ଛାତ୍ର ଛାତ୍ରୀ ମାନଙ୍କୁ କିଛି ଦାଗ ଲାଗିନଥିବା ବେଳେ ଅଟୋ ଡ୍ରାଇଭର ଅଟୋ ହେଣ୍ଡିଲ ରେ ଚାପି ହୋଇ ଯାଇଥିଲା ।ଅଟୋ ଡ୍ରାଇଭର ର ଗୋଡ଼ ଭାଙ୍ଗି ଯାଇଛି ଓ ମଟର ସାଇକଲ ଚାଲକ ର ହାତ ଭାଙ୍ଗି ଯାଇଥିବା ସୂଚନା ରହିଛି। ଉତ୍କେଲା ଫାଣ୍ଡି ଅଧିକାରୀ ଅନୁପ କୁମାର ଶତପଥୀ ଙ୍କ କହିବା ଅନୁଯାୟୀ ମଟର ସାଇକଲ ଚାଲକ ଭବାନୀପାଟଣା ରୁ ବଲାଙ୍ଗୀର ଯାଉଥିଲେ।ମଟର ସାଇକଲ ଚାଳକର ନାମ ଓ ଗ୍ରାମ ଜଣାପଡ଼ି ନଥିବା ବେଳେ ଦୁଇ ଜଣ ଆହତଙ୍କୁ କେସିଙ୍ଗା ପୋଲିସ ଓ ଗ୍ରାମବାସୀ ଙ୍କ ସହାୟତାରେ ଆମ୍ବୁଲାନ୍ସ ସହାୟତା ରେ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁଯାୟୀ ମଟର ସାଇକଲ ଚାଲକ ଭୁଲ ବାଟରେ ଆସୁଥିବାରୁ ଦୁର୍ଘଟଣା ଘଟିଛି। ପୋଲିସ ଦୁଇଟି ଗାଡ଼ି କୁ ଜବତ କରି ଭୁଲ କାହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।