ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୋଲାମୁଣ୍ଡା ବ୍ଲକ ଫୋଟୋ ଗ୍ରାଫର ସଙ୍ଘର ଚଳିତ ବର୍ଷର ଦ୍ୱିତୀୟ ବୈଠକ ବ୍ଲକ ସଭାପତି ମହେନ୍ଦ୍ର ରଣାଙ୍କ ସଭାପତିତ୍ୱରେ ଚପରିଆ ହାଇ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଙ୍ଘର ବିଭିନ୍ନ ନିୟମାବଳୀ ପଠନ କରାଯାଇଥିଲା। ବୈଠକର ମୁଖ୍ୟ ବିଷୟ ବସ୍ତୁ ଉପରେ ଅଧିକ ଆଲୋଚନା କରାଯାଇଥିଲା ଯଥା ବାହାଘର, ଜନ୍ମଦିନ, କୁଣ୍ଡାବୋରି, ବାହାଘର ନିର୍ବନ୍ଧ ଆଦି କାର୍ଯ୍ୟକ୍ରମରେ ଲୋକେ ସ୍ମୃତିକୁ ସାଇତି ରଖିବା ପାଇଁ ଫୋଟୋ ଭିଡିଓ ଉତ୍ତୋଳନ ପାଇଁ ଫୋଟୋ ଗ୍ରାଫର କୁ ନିମନ୍ତ୍ରଣ କରିଥାନ୍ତି କିନ୍ତୁ ଫୋଟୋ ଗ୍ରାଫର ମାନେ ଅନେକ ପରିଶ୍ରମ କରିବା ସତ୍ୱେ ଉଚିତ ମୂଲ୍ୟ ପାଉ ନ ଥିବାରୁ ସର୍ବ ନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା ଯଥା ବାହାଘର ୨ ଦିନର ସୁଟିଂ ପାଇଁ ସର୍ବନିମ୍ନ ମୂଲ୍ୟ ୨୫ ହଜାର ଧାର୍ଯ୍ୟ କରାଯାଇଛି ବୋଲି ସଙ୍ଘର ସମ୍ପାଦକ ରିତେଶ କୁମାର ନାଏକ ପ୍ରକାଶ କରିଥିଲେ। ଯଦି କୌଣସି ସଦସ୍ୟ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ ମୂଲ୍ୟରେ କାମ କଲେ ଦଶ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଆଲୋଚନା କରାଗଲା। ଏହି ବୈଠକରେ ବ୍ଲକ ର ବିଭିନ୍ନ ଅଞ୍ଚଳର ପ୍ରାୟ ପଚିଶରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ସଙ୍ଘ ର ରେଜିଷ୍ଟ୍ରସନ ମଧ୍ୟ କରାଯିବ ବୋଲି ଆଲୋଚନା କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଗଲା।

