କାର୍ତିକ ମାସ ଶେଷ ସୋମବାର ; ଦେବଗିରି ପଞ୍ଚମୁଖେଶ୍ୱର ଶୈବ ପୀଠରେ ଭକ୍ତଙ୍କ ଭିଡ଼

ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଆଜି କାର୍ତିକ ମାସ ଶେଷ ସୋମବାରରେ ବହୁ ପୁରାତନ ଏବଂ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଅନ୍ୟତମ ଶୈବପୀଠ ଦେବଗିରି ପଞ୍ଚ ମୁଖେଶ୍ଵର ଶୈବ ପୀଠରେ ହଜାର ହଜାର ବକ୍ତଙ୍କ ଭିଡ଼ ଜମିଥିବାଦେଖିବାକୁ ମିଳିଛି। ନିଜର ମନସ୍କାମନା ପୁରୁଣ ପାଇଁ ବହୁ ଦୂର ଦୁରାନ୍ତରୁ ଆଶା ଭରଷା ରଖି ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତ ମାନେ ଆସିଥାନ୍ତି। ୫୪୫ ଟି ପାହାଚ ଅତିକ୍ରମ କଲା ପରେ ଦୁଇଟି ପାହାଡ଼ର ମଧ୍ୟ ଭାଗରେ ପୂଜା ପାଉଛନ୍ତି ପଞ୍ଚ ମୁଖେଶ୍ୱର।  ସ୍ପଟିକ ଲିଙ୍ଗଙ୍କୁ ଦର୍ଶନ କଲା ପରେ ନିଜ ନିଜର ଦୁଃଖ ଯନ୍ତ୍ରଣା ଥିବା ଅନେକ ମନସ୍କାମନା ପୂରଣ ହୋଇଥାଏ । ତେଣୁ ଏହି ଶୈବ ପୀଠରେ କାର୍ତିକ ମାସରେ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥାଏ।