ପୋଲିସ ପକ୍ଷରୁ ସାଇବର ସୁରକ୍ଷିତ ସଚେତନତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ପ୍ରତିଦିନ ଧନୀ ଗରିବ ପାଠୁଆ ଅପାଠୁଆ ସମସ୍ତେ କୋଉଠି ନା କୋଉଠି ଯେମିତିକି ବି ସାଇବର ଠକେଇରେ ନିଜର ସର୍ବସ୍ବ ହରାଉଥିବା ଦେଖିବାକୁ ମିଳୁଛି। ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ କଳାହାଣ୍ଡି ପୋଲିସ ତତ୍ତ୍ଵାବଧାନରେ କେସିଙ୍ଗା ପୋଲିସ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ସାଇବର ଠକେଇ ରୁ କିପରି ବର୍ତ୍ତି ପାରିବେ ସେ ସମ୍ପର୍କରେ ସାଇବର ପୋଲିସ ପକ୍ଷରୁ ଅଞ୍ଚଳ ବାସୀଙ୍କୁ ସଚେତନତା କରାଯାଇଥିଲା। କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏସପି ଅଳକା ନନ୍ଦା ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ, କେସିଙ୍ଗା ଏସବିଆଇ ଶାଖା ପରିଚାଳକ ଲିଙ୍ଗରାଜ ମହାନନ୍ଦ। ଶାଖା ପରିଚାଳକ ମହାନନ୍ଦ ତାଙ୍କ ଅଭଭାଷଣରେ ସତର୍କତା ର ସହିତ ମୋବାଇଲ୍ ବ୍ୟବହାର ହିଁ ସାଇବର ଠକେଇ ରୁ ସୁରକ୍ଷିତ ରହିବାର ମୂଳ ମନ୍ତ୍ର ବୋଲି କହି ଘରର ଛୋଟ ପୁଅ ଝିଅ ମାନଙ୍କୁ ମୋବାଇଲ ନ ଦେବାକୁ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ। ସେହିପରି ଭବାନୀପାଟଣା ସାଇବର କ୍ରାଇମ ଥାନା ଅଧିକାରୀ ଚନ୍ଦନ କୁମାର ସାହୁ ମଧ୍ୟ ସଚେତନ ଓ ସତର୍କତା ହିଁ ସାଇବର ଠକେଇ ର ମୂଳ ମନ୍ତ୍ର ବୋଲି ଉପସ୍ଥିତ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ ପ୍ରମୁଖ ମଞ୍ଛାସିନ ହୋଇ ସାଇବର ଠକେଇ ଉପରେ ନିଜର ମତାମତ ଦେଇଥିଲେ। ଏହି ଉପଲକ୍ଷେ କଳାହାଣ୍ଡି ପୋଲିସ ପକ୍ଷରୁ ସାଇବର କ୍ରାଇମ ଉପରେ ଏକ ସୁନ୍ଦର ପ୍ରଥପ୍ରାନ୍ତ ନାଟକ ସମେତ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ପୋଲିସ ର ରାହାସ ବିହାରି ସାହା,ଅରକ୍ଷିତ ମାଝୀ, ପଲମ ଫାଣ୍ଡି ଅଧିକାରୀ ସୁବୋଧ ପୁଲ,ଉତ୍କେଲା ଫାଣ୍ଡି ଅଧିକାରୀ ଅନୁପ କୁମାର ଶତପଥୀ ଓ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।