କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ ପୂର୍ବ ବୈଠକର ବିବରଣୀ ପଠନ ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା। ଉକ୍ତ ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା କୁ ନେଇ ଜେଡ୍ ଆର୍ ୟୁ ସି ସି ବୈଠକରେ ଉତ୍ଥାପନ କରିଥିବା ବିଷୟ ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ରେଳ ଷ୍ଟେସନ ରେ ସମସ୍ତ ଦୃତ ଗାମୀ ଟ୍ରେନ ମାତ୍ର ୨ମିନିଟ ରହଣୀ କରୁଛି ଫଳରେ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି, ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଓ ମହିଳା ମାନେ ଟ୍ରେନ କମ ସମୟ ରହଣି ହେଉଥିବାରୁ ଟ୍ରେନ ରୁ ଓହ୍ଲାଇ ପାରୁନାହାନ୍ତି ସେଥିପାଇଁ ୨ମିନିଟ ରହଣି ପରିବର୍ତ୍ତେ ୫ମିନିଟ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯେତେବେଳେ ଦ୍ରୁତଗାମୀ ଡାଉନ୍ ଟ୍ରେନ ମାନ ଆସେ ସେତେବେଳେ ୪ନମ୍ବର ପ୍ଲାଟ ଫ୍ରମ୍ ରେ ନ ଆସି ୨ ନମ୍ବର ଓ ୩ନମ୍ବର ପ୍ଲାଟଫ୍ରମ ରେ ଆସୁଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି, ଏଥିରେ ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେଉଛନ୍ତି। ସେଥିପାଇଁ ସମସ୍ତ ଯାତ୍ରୀବାହି ଡାଉନ୍ ଟ୍ରେନ ୪ନମ୍ବର ରେ ଆସୁ ଓ ଅଫ ଗାଡ଼ି ୧ନମ୍ବର ପ୍ଳା ଟ୍ ଫ୍ରମ୍ ରେ ଆସିବା ପାଇଁ ଡି ଆରଏମ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟ ପରାମର୍ଶ ଦାତା ଡ ହେମ ସାଗର ସା ହା ଜେଡ୍ ଆର ୟୁ ସି ସି ବୈଠକ ରେ ଉପସ୍ଥାପନା କରିଥିଲେ ଓ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ । ବଡ଼ ଦୁଃଖର କଥା ଆଜି ପର୍ଯ୍ୟନ୍ତ କେସିଙ୍ଗା ଅଞ୍ଚଳର ଯାହାବି ଚିଠି ପତ୍ର ରେଳ ବିଭାଗ କୁ ସଂଘ ତରଫରୁ ପତ୍ରାଲାପ କରାଯାଉଛି ତାହାର ସନ୍ତୋଷ ଜନକ ଉତ୍ତର ମିଳୁ ନାହିଁ । ଏପରିକି ଯେତେବେଳେ କେସିଙ୍ଗା ଷ୍ଟେସନ ରେ କୌଣସି ପ୍ରୋଗ୍ରାମ ହେଲେ ଅଧିକାରୀ ମାନେ କିଛି ଜଣାଉଁନଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା । ପରେ ଡ ସାହା ଆସନ୍ତା ୧୦ ତାରିଖ ଦିନ ଜି ଏମ ଙ୍କୁ ସାକ୍ଷାତ ପରେ ଅନ୍ୟ ପଦକ୍ଷେପ ନିଆଯିବ କହିଥିଲେ ।ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଏନ୍ ଏ ସି ନଗର ପାଲ ନୃପ ରାଜ ଯାଦବ, ଉପ ସଭାପତି ପ୍ରଶାନ୍ତ ବାନାର୍ଜୀ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଦସ୍ୟ ରମେଶ ପଟ୍ଟନାୟକ, ଅନିଲ ଜୈନ,ବିନୁ ଅଗ୍ରୱାଲ,ବେଣୁଧର ମହଲା,ଜୟ ଭଗବାନ ଜୈନ, ପ୍ରମୁଖ ଉପସ୍ଥିତ ଥିଲେ।

