ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡାଠାରୁ ଜଗନ୍ନାଥ ପୁର ଯିବା ବୁଲାଣିରେ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକ ଯୁବକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ମାଧବ ନାଲା ଙ୍କପୁଅ ରାଜା ନାଲା (୧୮) ପୂଜାରୀଗୁଡା ପଞ୍ଚାୟତର ବିନିସପୁର ଗ୍ରାମକୁ ମଜୁରିଆ ଙ୍କୁ ଆଣିବା ପାଇଁ ଆସୁଥିବା ବେଳେ ବିପରୀତ ଦିଗରୁ ବାଲି ବୋଝେଇ ଟ୍ରାକ୍ଟର ଓଡ଼ି ୧୮ ଏନ ୬୬୦୧ ଧକ୍କା ହୋଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ବାଇକ ଟିଏସ ୦୭ ଏଫ ୟୁ ୬୦୯୫ ରୁ ଯୁବକ ପଡି ଛଟପଟ ହେଉଥିଲା। ଉକ୍ତ ଖବର ପରିବାର ଓ ଗ୍ରାମବାସୀ ଜାଣି ସଙ୍ଗେ ସଙ୍ଗେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଥିରେ ଡାକ୍ତର ଆଶିଷ ମେହେର ଦେଖିବା ବେଳେ ତାର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ଉକ୍ତ ଦୁର୍ଘଟଣା ଖବର ପୁଲିସ ଜାଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୁଲିସ ଏସଆଇ ଦିଲ୍ଲୀପ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ମାମଲା ରୁଜୁ କରିଥିଲେ। ଦୁର୍ଘଟଣା ର ତଦନ୍ତ ପୁଲିସ ଚଳାଇଛନ୍ତି।

