ଖବର ପ୍ରସାରଣ ପରେ ଦାହିମାଲ-ଗୋତମୁଣ୍ଡା ରାସ୍ତା କାମ ଆରମ୍ଭ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଦାହିମାଳ ଠାରୁ କଳାହାଣ୍ଡି ଜିଲ୍ଲାର ଗୋତମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ମାସରୁ କାମ ଅଧପନ୍ତରିଆ ହୋଇ ଅଟକି ରହିଥିଲା। ଫଳରେ ଦୁଇ ଜିଲ୍ଲାର ଜନସାଧାରଣ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ଠିକା ସଂସ୍ଥା ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଦାହିମାଲ-ଗୋତମୁଣ୍ଡା ରାସ୍ତା ତତ୍କାଳୀନ ସରକାରଙ୍କ ସମୟରେ ଗମନାଗମନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଥିଲେ। ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ମାଣର ସମସ୍ତ ଦାୟିତ୍ଵ ମିଳିଥିବାବେଳେ ୭କୋଟି ୫୧ଲକ୍ଷ ୩୨ହଜାର ୮୨୧ ଟଙ୍କା ବ୍ୟୟବରାଦ ହୋଇଛି ।କଳାହାଣ୍ଡିର ସହଜଖୋଲା ଜଙ୍ଗଲଦେଇ ୧୦ କିମି ରାସ୍ତା ନିର୍ମାଣ ହୋଇଛି । କାର୍ଯ୍ୟ ସମ୍ପାଦନ କରୁଥିବା ଠିକା ସଂସ୍ଥା ପକ୍ଷରୁ ରାସ୍ତା କାମ ବିଳମ୍ବ ହେଉଥିବାରୁ ଦୁଇ ଜିଲ୍ଲାବାସୀଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା । ରାସ୍ତାକୁ ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ ସ୍ଵତେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା ନିର୍ମାଣକୁ ନେଇ ବିଭାଗୀୟ ଯନ୍ତ୍ରୀ କୃଷ୍ଣପରି ଗୋମଙ୍ଗ କହିଛନ୍ତି ବର୍ଷା ମାସ ପାଇଁ କାମ ଅଟକି ଥିଲା, କାମ ବନ୍ଦ ହୋଇ ନଥିଲା ଯେହେତୁ ଘାଟି ରାସ୍ତା ପଡ଼ୁଛି କାମରେ ବାଧା ଉପଜିବା ଆଶଙ୍କା ଥିଲା ।