ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଫେଲ ମାରିଛି ୧୦୮ ଆମ୍ବୁଲାନ୍ସ ସେବା। ଜରୁରୀକାଳୀନ ସମୟରେ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ। କେବେ ରୋଗୀ ନେବା ସମୟରେ ବାଟରେ ଗାଡି ଅଚଳ ହେଉଛି ତ’ କେବେ କେବେ ଗାଡି ନାହିଁ ବୋଲି ମନା କେରିଦେଉଛନ୍ତି ୧୦୮ କଲ ସେଣ୍ଟର କର୍ମଚାରୀ।ଦୀର୍ଘ ଚାରି ଦିନ ହେଲା ମୁଖୀଗୁଡା ଭତରାପଡା ର ୪୦ ବର୍ଷୀୟ ଆଦିବାସୀ ଯୁବକ କର୍ଣ୍ଣ ମହୁଲଢ଼ିକି ରୋଗରେ ପୀଡିତ ହୋଇ ମରଣ ସହ ସଂଗ୍ରାମ କରୁଛନ୍ତି। ତାଙ୍କର କେହି ସମ୍ପର୍କୀୟ ନଥିବାବେଳେ ପଡୋଶୀ ଲୋକେ ତାଙ୍କ ଦୁଃଖ ଦେଖିନପାରି ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିବାଥିଲେ। ହେଲେ ଦୀର୍ଘ ୫ ଘଣ୍ଟା ପରେ ମଧ୍ୟ ହଞ୍ଚିନଥିଲା ଆମ୍ବୁଲାନ୍ସ।ଶେଷରେ ଅଗ୍ନିଶମ ଗାଡ଼ିଆସି ନେଇଥିଲା ହସ୍ପିଟାଲ। ଯଦି ଉକ୍ତ ସମୟରେ କର୍ଣ୍ଣଙ୍କ କଣ ହୋଇଯାଇଥାନ୍ତା ତେବେ କିଏ ଦାୟୀ ହେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ଜରୁରୀ କାଳୀନ ପରିସ୍ଥିତିରେ ସେବା ଦେବାକୁ ସରକାର ଆମ୍ବୁଲାନ୍ସ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ଦୃଶ୍ୟ କିପରି ଆମ୍ବୁଲାନ୍ସ ସେବା ଚାଲିଛି ତାହା ଏଠି ପ୍ରମାଣ କରୁଛି।

