ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବଲାଙ୍ଗୀର ଜିଲ୍ଲା ସଇଁତଲା ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତିକ ଚତୁର୍ଦଶୀ ଅବସରରେ କାର୍ତିକ ପୁରାଣ ପାରାୟଣ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପାରାୟଣ ଗାୟିକା ଭାବେ ରଶ୍ମିତା ମିଶ୍ର ପୁରାଣ ପଠନ କରୁଥିବା ବେଳେ କର୍ତ୍ତା ଭାବରେ ଚନ୍ଦ୍ର ସାମନ୍ତରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂଜକ ଧ୍ରୁବ ଚରଣ ଯୋଶୀ, କିରଣ ମିଶ୍ର, ନବଘନ ଷଡ଼ଙ୍ଗୀ, ଦେବେଦ୍ର ଯୋଶୀ ପ୍ରମୁଖ ପୂଜା କାର୍ଯ୍ୟ ରେ ଦାୟିତ୍ୱ ତୁଲାଉଛନ୍ତି। ଏହି କାର୍ଯ୍ୟକ୍ରମକୁ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

