କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଯାଦବ ସମ୍ପ୍ରଦାୟରେ ଗାଈ ଗୋରୁଙ୍କୁ ବିଶେଷ ଭାବରେ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି। ବିଭିନ୍ନ ପାର୍ବଣରେ ଦେବାଦେବୀଙ୍କୁ ପୁଜିବା ସହ ଗୋରୁ ଗାଈମାନଙ୍କୁ ମଧ୍ୟ ପୂଜା କରିଥାନ୍ତି। ତେବେ କୋକସରା ବ୍ଲକ ହଂସପଡା ଗ୍ରାମର ରମେଶ ଚନ୍ଦ୍ର ହଂସଙ୍କ ଘରେ ବୁଧବାର ତାଙ୍କ ଯାଆଁଳା ବାଛୁରୀର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଜନ୍ମୋତ୍ସବ ପାଳନ କରାଯାଇଛି। ବାଛୁରୀର ଜନ୍ମ ଦିନ ପାଳନ ପୂର୍ବରୁ ସେମାନଙ୍କୁ ପୂଜାର୍ଚ୍ଚନା ସହ ବନ୍ଦାପଣା କରାଯାଇଥିଲା। ଏହାପରେ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସୂଚନା ଯେ’ ଗତବର୍ଷ ରମେଶଙ୍କ ଘରେ ଥିବା ଏକ ଗାଈ ଯାଆଁଳା ବାଛୁରୀ ଜନ୍ମ ଦେଇଥିଲା। ଦୁଇ ବାଛୁରୀଙ୍କୁ ଉତ୍ତମରୂପେ ରମେଶ ଓ ତାଙ୍କ ପରିବାର ଲୋକେ ସେବା କରିବା ସହ ଏହି ଦିନକୁ ମନେପକାଇ ପାଇଁ ସେମାନଙ୍କ ଜନ୍ମ ଦିବସ ପାଳନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

