ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ୍ ମହୁଳପାଟଣା ପଞ୍ଚାୟତ ଅନ୍ତର୍ଗତ ବଡଶୁକୁଲି ଗ୍ରାମର ୪୧ ବର୍ଷୀୟ ବାଳୁତ ନାଏକ ଦାଦନ ଖଟିବାକୁ ଯାଇ ବର୍ତ୍ତମାନ ୭ ଦିନ ହେଲା ନିଖୋଜ। ନିଜ ପରିବାର ପୋଷଣ ପାଇଁ କେରଳ ଯାଇଥିଲେ କାମ କରିବା ପାଇଁ। ହେଲେ ଗତ ବୁଧବାର ଦିନ ହଟାତ୍ ତାଙ୍କ ଦେହ ଖରପ ହେବା ସହ ମାନସିକ ଅବସ୍ଥା ବିଗିଡି ଯାଇଥିଲା। ସେଠାରେ ମେଡ଼ିକାଲ ରେ ଚିକିତ୍ସା ହୋଇ ନିଜ ଘରକୁ ଫେରୁଥିଲେ। ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ପହଞ୍ଚିବା ପରେ ମାନସିକ ଅବସ୍ଥା ଖରାପ୍ ଥିବା ଯୋଗୁ ଅନ୍ୟ ଟ୍ରେନରେ ବସି ଗୁଣ୍ଟୁର୍ ଅଭିମୁଖେ ପଲେଇଥିବା ସନ୍ଦେହ କରାଯାଉଛି। ଗତ ୭ ଦିନ ହେଲା ନିଖୋଜ ଥିବା ବେଳେ ପରିବାର ପକ୍ଷରୁ, ଥୁଆମୂଲ ରାମପୁର ପୋଲିସ ଏବଂ ଆନ୍ଧ୍ର ପୋଲିସ ପାଖରେ ଲିଖିତ ଅଭିଯୋଗ କରାଯିବା ସତ୍ତ୍ୱେ ପୋଲିସ ଘଟଣା କୁ ଗମ୍ଭୀର ଭାବରେ ନେଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |

