ଧରପଗଡ଼ରେ ୧୦୯ ତମ କଂସ ଦରବାର

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ସଇଁତଲା ବ୍ଲକ ଧରପଗଡ଼ରେ ୧୦୯ ତମ କାର୍ତ୍ତିକ ମହୋତ୍ସବ ଉପଲକ୍ଷେ କଂସ ଦରବାର ଓ ସଂସ୍କୃତି କାଯ୍ୟକ୍ରମ ୪ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଧରପଗଡ଼ ଗାଁ ପୁରା ମଥୁରା ନଗର ପାଳଟି ଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ବ୍ଲକ ଉପଧକ୍ଷ ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ମନେଶ ସୁନା ଅମିତ ଦୀପ, ସମାଜ ସେବି ଗାରଗବର ପ୍ରସାଦ ବଗର୍ତ୍ତୀ ସମିତି ରମାକାନ୍ତ ରଣା ବରିଷ୍ଠ ସମ୍ପାଦିକ ପ୍ରମୋଦ ସେଲମା ଓ ଗୋକୁଳା ନନ୍ଦ ବଗର୍ତ୍ତୀ,  ପୂର୍ବତନ ସରପଞ୍ଚ ଡ଼ିକି କଅଁର, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା, ରାଜକୁମାର ବିଶି, ବଚୁ ସିଂ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ। ରାଜନୀତା ଓ ଗାଁ ପୁରାତନ କଲାକାର ମାନଙ୍କୁ ସମ୍ମାନିତ  କରାଯାଇଥିଲା। ସଭାପତି ଆନନ୍ଦ ଠାକୁର ଉପସଭାପତି ସଂଜୀବ ଠାକୁର, ସମ୍ପାଦକ ଭୋଳା ସିଂ ବାବୁ, କୋଷାଧକ୍ଷ ଅମିତ ଚନ୍ଦନ, ମିନୁ ସାହୁ, ନବ ସାହୁ, ମୁନୁ ସିଂ ବାବୁ, ନିରଞ୍ଜନ ବିଶ୍ୱାଳ,  ସୁରୁକାନ୍ତ ଚିନ୍ଦା, ରତ୍ନାକର ଭାଟି, ବୁଡ଼ୁ ରାଉତ, ବିଜୟ ବିଶି, ଆମର ଯୋଶୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଧୂବଚରଣ ଚିନ୍ଦା ଓ ଆର୍ତ୍ତତ୍ରାଣ ପଣ୍ଡା। ପ୍ରତ ସମୟରେ କୃଷ୍ଣ ବଳରାମଙ୍କୁ ନେଇ ନଗର ପରିକ୍ରମା କରାଯାଇ କଂସ ବଧ୍ କରିଯାଇଥିଲା।