ରାୟଗଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାୟଗଡ଼ା ଓଡ଼ିଶା ଷ୍ଟେଟ ପ୍ରୋଟେକ୍ସନ ଫୋର୍ସର କାର୍ଯ୍ୟରତ କନଷ୍ଟେବଲ ଗୌରୀ ତାଡୀଙ୍ଗିଙ୍କ ମୃତ ଦେହ ପିତାମହଲ ଗ୍ରାମ ନିକଟସ୍ତ ଏକ କପା ବାଡରୁ ଉଦ୍ଧାର କରାଯାଇଛି। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ମୃତ କନେଷ୍ଟବଳ ଗୌରୀ ତାଡୀଙ୍ଗି ଓ ତାଙ୍କ ଅନ୍ୟ ଏକ ସାଥୀଙ୍କ ସହ ଭୋର ସକାଳ ସମୟରେ ବାଇକ୍ ଯୋଗେ ରାୟଗଡ଼ାରୁ ତାଙ୍କ ଘର ତୁଳସୀବାଲସକୁ ଯାଉଥିଲେ। ସେ ହାଠତ ପିତାମହଲ ସ୍ଥିତ କପାବାଡ ନିକଟରେ କିଛି କ୍ଷଣ ରଖିବା ପାଇଁ କହିଥିଲେ, ପରବର୍ତୀ ସମୟରେ ସେ କପାବାଡରେ ମୃତ୍ୟୁ ଅବସ୍ଥାରେ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଶେଷଖାଲ ପୋଲିସ ପହଞ୍ଚି ତଦନ୍ତ କରି ଏକ ମାମଲା ରୁଜୁ କରି ଶବକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏହାର ତଦନ୍ତ ଜାରି ରହିଛି ବୋଲି ଶେଷଖାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

