ରାସ ପୂର୍ଣ୍ଣିମା ଉପଲକ୍ଷେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଡାଙ୍ଗଘିଛୁପଡ଼ା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ରାତିରେ କୂରେଫୁଲ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କେତନ ପାତ୍ର, ମୁଖ୍ୟବକ୍ତା ଭାବେ ଅଲେଖଚନ୍ଦ୍ର ଗୋପାଲ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଧର ଗହିର ଯୋଗଦେଇ ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ନୃତ୍ୟ ପ୍ରତିଯୋଗିତାରେ ୧୩ ଗୋଟି ରେକର୍ଡ ଡ୍ୟାନ୍ସ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଗିରସୁଲ (ଛତିଶଗଡ) ଡ୍ୟାନ୍ସ ଦଳ, ଦ୍ୱିତୀୟ ପୁରସ୍କାର ବଡ଼କୁଟ୍ରୁ ଡ୍ୟାନ୍ସ ଦଳ, ତୃତୀୟ ପୁରସ୍କାର କଲମପୁର ଡ୍ୟାନ୍ସ ଦଳ,ଚତୁର୍ଥ ପୁରସ୍କାର ମଜୁରସାହି ଡ୍ୟାନ୍ସଦଳ, ପଞ୍ଚମ ପୁରସ୍କାର ଚାନ୍ଦାହାଣ୍ଡି ଡ୍ୟାନ୍ସଦଳ ଅଧିକାର କରିଥିଲେ।କାର୍ଯ୍ୟକ୍ରମରେ ନୀଳକଣ୍ଠ ନାଏକ ଓ ସୁନ୍ଦରଲାଲ କୈବର୍ତ୍ତ ମଞ୍ଚପରିଚାଳନା କରିଥିଲେ। କୁରେଫୁଲ ରେକର୍ଡ ଡ୍ୟାନ୍ସ କମିଟିର ସଭାପତି ତ୍ରିଥୟା କେତକୀ, ସମ୍ପାଦକ ପ୍ରେମଲାଲ ବାଗ, କୋଷାଧକ୍ଷ ଲିଙ୍ଗରାଜ କେତକୀ,ବିଜୁ କେତକୀ, ପ୍ରଶାନ୍ତ କେତକୀ, ଯୋଗୀନ୍ଦ୍ର କେତକୀ, ଫାଲଗୁନୀ କେତକୀ, ରଞ୍ଜନ କେତକୀ ସହଯୋଗ କରିଥିଲେ।