ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗାଁଠାରେ ଦୃତୀୟ ବର୍ଷ ପାଇଁ ଧନୁଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏନେଇ ଦାସିଗାଁ ଧନୁଯାତ୍ରା ପାଇଁ ମହାରାଜ କଂସ ବରଣ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାର ଲାଠୋରର କଳାକାର ସୁଶାନ୍ତ କୁମାର ମେହେର କଂସ ଭୂମିକାରେ ଅଭିନୟ କରିବେ। ବୁଧବାର ଦିନ ଲାଠୋରକୁ ଯାଇ ଦାସିଗାଁ ଧନୁଯାତ୍ରା କମିଟି କଂସ ମହାରାଜଙ୍କୁ ବରଣ କରିଥିଲେ। ଆସନ୍ତା ଡିସେମ୍ବର ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୦୧ ପର୍ଯ୍ୟନ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଧନୁଯାତ୍ରାରେ ମିନା ବଜାର ଏବଂ ଯାତ୍ରା ଦରବାର ଅପେରା ମଧ୍ୟ୍ୟ ଦର୍ଶକ ବେଶ ଉପଭୋଗ କରିପାରିବେ। କଂସ ବରଣ ସମୟରେ ପ୍ରକାଶ ପ୍ରହରାଜ, ସୌମେନ୍ଦ୍ର ପ୍ରକାଶ ମୁଣ୍ଡ, ସାମ୍ବାଦିକ ରୋହିତ ବାଗ, ଦେବେନ୍ଦ୍ର ଲହଜଳ, ପ୍ରମୋଦ ନାଗ, ବାପୁନ ପଣ୍ଡା, ପିକି ବାଗ, ରାଜେଶ ବାଗ, ମନୋଜ ବାଗ, ଅଶ୍ୱିନ ଭଇଁସାଲ, ଗଜାନନ ଲହଜଳ, ମନ ନାଏକ, ଅଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

