କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ କିଛିଦିନ ହେଲା କୋକସରା ବ୍ଲକ କାଶୀବାହାଲ ଚଞ୍ଚରାପଡାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଭାଲୁ ଗାଁ ମୁହାଁ ହୋଇଥିବାରୁ ଗ୍ରାମବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କାଶୀବାହାଲ ଚଞ୍ଚରାପଡ଼ାଠାରୁ ଜୟପାଟଣା ବ୍ଲକ ଗୁନଗୁନିଆ ରାସ୍ତାରେ ଗତ କିଛିଦିନ ହେଲା ଭାଲୁ ଗତିବିଧି ରହିଛି। ଏହି ରାସ୍ତାରେ ଲୋକ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଥିଲେ। କିନ୍ତୁ ଭାଲୁର ଆତଙ୍କରେ ଲୋକ ଭୟଭୀତ ହୋଇ ରାସ୍ତାରେ ଯିବା ଆସିବଆ ଏକ ପ୍ରକାର ବନ୍ଦ କରିଥିବାବେଳେ କାଁ ଭାଁ ଯାତାୟାତ କରୁଥିବା ଜଣାପଡିଛି। ଏନେଇ ବନ ଭିବାଗ ଶୀଘ୍ର ଭାଲୁକୁ ଘଉଡେଇବା ପାଇଁ ଜନସାଧାରଣ ଦାବି ହୋଇଛି।

