କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି କୋକସରା ବ୍ଳକ ସଦର ମହକୁମା ଡିଗ୍ରୀ ମହାବିଦ୍ୟାଳୟଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଇବର ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା, ଘୁମୁରା ଗୁରୁ ହିରାଲାଲ ସରାଫ, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ସଚେତନ ହେଲେ ସାଇବର ଅପରାଧରୁ ସୁରକ୍ଷା ପାଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀ ମାନେ ସାଇବର ସଚେତନତା ଉପରେ ଏକ ସଚେତନତା ଧର୍ମୀ ନାଟକ ଓ ନୃତ୍ୟ ପରିବେଷଣ କରି ସଚେତନତା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁବ୍ରତ କୁମାର ବେହେରା ସଂଯୋଜନା କରିଥିବାବେଳେ ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ସଚେତନତା ଧର୍ମୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ସୁଭଶ୍ରୀ ସାହୁ, ବେଦମୟୀ ବାରିକ, ଖେଲ ଶିକ୍ଷକ ପ୍ରତାପ ବିଶି, ପୁଷ୍ପିତା ବିଶି, ଜିତେନ୍ଦ୍ର ପ୍ରଧାନୀ, ସୁନୀଲ ପ୍ରଧାନୀ, ହୃଦାନନ୍ଦ ଧଙ୍ଗଡାମାଝୀ, ଉଜାଗର ମାଝୀ, ପିତବାସ ରାଉତ, ତପନ ବିଶି ସମେତ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

