ରାଜ୍ୟସ୍ତରୀୟ ସୁରଭିରେ ଭାଗନେବେ କୋକସରାର ଦୁଇ ଛାତ୍ରୀ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିଭାର ସର୍ବୋଚ୍ଚ ପ୍ରଦର୍ଶନ କରି କୋକସରା ବ୍ଲକର ଦୁଇ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କୁ ଯାଉଥିବା ଜଣାପଡିଛି। ସେମାନେ ହେଲେ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହେମାଙ୍ଗିନୀ ନାଏକ ଓ ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅନ୍ୟା ଅଗ୍ରୱାଲ। ହେମାଙ୍ଗିନୀ ବରିଷ୍ଠ ବିଭାଗ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଅନ୍ୟା ଅଗ୍ରୱାଲ ବରିଷ୍ଠ ବିଭାଗ କୁଇଜ୍ ରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ସୁରଭିରେ ଯୋଗଦେବା ନେଇ ସୂଚନା ରହିଛି। ଉଭୟ ଛାତ୍ରୀଙ୍କୁ ନିଜ ନିଜ ସ୍କୁଲ ପକ୍ଷରୁ ରାଜ୍ୟ ସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରି ନିଜ ଅଞ୍ଚଳର ନାଁ କରିବା ଶେଭେଚ୍ଛା ଜଣେଇଛନ୍ତି।