ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଣାସର ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଯୁବ ନେତା ଭବାନୀ ଶଙ୍କର ବଣିଆ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ। ଏଥିରେ ହଜାର ହଜାର ଘୁମୁରା ପ୍ରେମୀ ଦର୍ଶକ ଦର୍ଶିକା ଉପସ୍ଥିତ ରହି ନିମନ୍ତ୍ରଣ ଅତିଥି ମାନଙ୍କୁ ଉଷାହିତ କରିଥିଲେ। ଗାଁ ଗୋନ୍ତିଆ ପୂଜାର୍ଚ୍ଚନା କରିଥିବାବେଳେ ଗାଁ ର ଅବସରପ୍ରାପ୍ତ ଶିକ୍ଷକ ବାଲ୍ମୀକି ନାୟକ ମଞ୍ଚ ପରିଚାଳନା କରିଥିଲେ।

