ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ବ୍ରହ୍ମପୁର ଇନ୍ଡୋର୍ ଷ୍ଟାଡିୟମରେ ଗତ ୮ ଓ ୯ ତାରିଖରେ ହୋଇଥିବା ନ୍ୟାସନାଲ ତାଇକୋଣ୍ଡୋ ଚାମ୍ପିଅନ୍ସିପ୍ ଓଆରିଅସ୍ କପ୍ ୨୦୨୫ରେ ଜୁନାଗଡ଼ କଳାବିକାଶ କେନ୍ଦ୍ର, ଜୟପାଟଣା ବି ଷ୍ଟ୍ରଙ୍ଗ ଓ ମୋଟେରର ୧୫ ଜଣିଆ ଟିମ୍ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଅର୍ଥବ ପାଢ଼ୀ, ତନ୍ମୟ ଦେ, ତେଜସ ଅଗ୍ରୱାଲ, ଧର୍ମରାଜ ଦୀପ, ଜିତେନ୍ଦ୍ର ନାଏକ ସ୍ବର୍ଣ୍ଣ ପଦକ,ଜେତୀୟ ବିକାଶ କଲେ, ତନ୍ମୟ ଦେ, ଜୟସ ବିକାଶ କଲେ, ପୀୟୂଷ ଜୈନ, ପୁନିତ ଖମାରୀ,ପ୍ରବୀଣ ନାଏକ ଓ ମନ୍ମଥ ପୁଞ୍ଜି ରୌପ୍ୟ ପଦକ ଏବଂ ପ୍ରଦ୍ୟୁଷ ମହାପାତ୍ର, ହାର୍ଦିକ ସାହୁ, ଆଦର୍ଶ ଖମାରୀ ଓ ସଂକଳ୍ପ ପଣ୍ଡା କାଂସ୍ୟ ପଦକ ଜିତିଛନ୍ତି। କୋଚ୍ ଡି ବଳରାମ ଏବଂ ସୁଶିଲ ସୁନାନି ଏହି ଟିମ୍ର ନେତୃତ୍ବ ନେଇଥିଲେ।

