କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଖସଡ଼ା କାନୁନ ବ୍ୟବସ୍ଥା ପାଇଁ ଦିନକୁ ଦିନ ବଢି ଚାଲିଛି ଚୋରି ଡକାୟତି ଭଳି ଅନେକ ଅସାମାଜିକ କାର୍ଯ୍ୟ। ଜିଲ୍ଲା ପୋଲିସ ହେଉ କିମ୍ବା ଅନ୍ୟ ପୋଲିସ ହେଉ ସେମାନେ କେବଳ ସହର ଜଗି ରହିଛନ୍ତି। ଦିନ ଓ ରାତି ସବୁ ସମୟରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଚୋରି ଡକାୟତି କାବୁରେ ଆସୁନାହିଁ। ଚୋର ଡକାୟତ ମାନେ ଖାତିର କରୁନାହାନ୍ତି। ଦିନ ଥିଲା ଏନ୍ ଏଚ ୨୬ ଗଞ୍ଜେଇ ମାଫିଆଙ୍କ ଗ୍ରୀନ କରିଡ଼ର, ୨୦୨୩ ମସିହା ବେଳକୁ ପ୍ରତିଦିନ କୁଣ୍ଟାଲ କୁଣ୍ଟାଲ ଗଞ୍ଜେଇ ଧରୁଥିଲା କେସିଙ୍ଗା ପୋଲିସ। ବର୍ତ୍ତମାନ ଦୁଇ ବର୍ଷ ହେଲାଣି କେବେ କେମିତି ଗଞ୍ଜେଇ ଧରାପଡୁଛି। ଅନ୍ୟ ପଟେ କେସିଙ୍ଗା ରୁ ୧୪ କିମି ଦୂର କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମା ଆମଠ ଛକ ଉକ୍ତ ଛକ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଛୋଟ ବଡ଼ ଗାଡ଼ି ଯାଆ ଆସ କରୁଛି। ଗୋଟିଏ ପେଟ ବୌଦ୍ଧ ,ଫୁଲବାଣୀ ଦେଇ ବ୍ରହ୍ମପୁର ଯିବାକୁ ରାସ୍ତା ଲମ୍ବି ଥିବାବେଳେ ଆଉ ଗୋଟିଏ ପେଟ ବଲାଙ୍ଗୀର, ସୋନପୁର ଦେଇ ଭୁବନେଶ୍ଵର, ସମ୍ବଲପୁର ଏମିତିକି କୋଲକାତା ପର୍ଯ୍ୟନ୍ତ ଲମ୍ବିଛି ରାସ୍ତା। ହେଲେ ଉକ୍ତ ମୁଖ୍ୟ ଛକରେ ଆଜି ପର୍ଯ୍ୟନ୍ତ ପୋଲିସ ଫାଣ୍ଡି ଗୋଟିଏ ନାହିଁ। କେବଳ ଗୋଟିଏ ଛୋଟିଆ ଆଉଟ୍ ପୋଷ୍ଟ ଅଛି, ଯୋଉଠି ଦୁଇ ଜଣ ହୋମ ଗାର୍ଡଙ୍କୁ ଡ୍ୟୁଟି ଦିଆଯାଇଛି ବୋଲି ଶୁଣିବାକୁ ମିଳେ। ଏତେ ବଡ ଜିଲ୍ଲା ସୀମା ଓ ସମ୍ବେଦନଶୀଳ ଜାଗାରେ ଦୁଇ ଜଣ ହୋମଗାର୍ଡଙ୍କ ଡ୍ୟୁଟି କେତେ ଦୂର ଯୁକ୍ତିଯୁକ୍ତ ତାହା ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ଅମାଠ ଅସାମାଜିକ ବ୍ୟକ୍ତି ମାନକର ଚରାଭୁଇଁ ପାଲଟିଛି। ମଦ ଗଞ୍ଜେଇର ବହୁଳ ପରିମାଣରେ କାରବାର ହେଉଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁଯାୟୀ ଅମାଠ ଛକ ହେଉଛି ନିଶା କାରବାର କାରି ଓ ଚୋର ଡକାୟତ ମାନକର କେନ୍ଦ୍ର ସ୍ଥଳୀ। ସମୟ ସମୟରେ କେସିଙ୍ଗା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ ହେଉଥିଲେ ମଧ୍ୟ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହେଉଛି। ସେଥି ପାଇଁ ଅମାଠ ଛକରେ ଏକ ପୋଲିସ ଫାଣ୍ଡି ଖୋଲିବା ପାଇଁ ଅଞ୍ଚଳବାସୀ ଓ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଜିତୁ ମିଶ୍ର ଦାବୀ କରିଛନ୍ତି।

