ମ, ରାମପୁର ବ୍ଲକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଇଏଏସ୍ ଅଧିକାରୀଙ୍କ ପରିଦର୍ଶନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକକୁ ୬ ଜଣିଆ ଆଇଏଏସ ଟିମ ଅଧିକାରୀ ଉମେଶ କୁମାର ମୀନା, ଛାୟା କୁମାର, ନେହା କରଦମ୍, ଶ୍ରେୟାଶ ରାଓ ଜି, ଗୁର୍‌କନ୍‌ୱାଲ ସିଂହ ପ୍ରଥମେ ମ,ରାମପୁର ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠଙ୍କ ନେତୃତ୍ବରେ ଆଇଏଏସ ମାନଙ୍କୁ ଫୁଲ ଚନ୍ଦନ ଫୁଲ ତୋଡା ଦେଇ ସ୍ବାଗତ କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଉପସ୍ଥିତରେ ବ୍ଲକର ବିକାଶ ଉପରେ ଆଲୋଚନା କରି ପରେ ମଦନପୁର ଆଦର୍ଶ ବିଦ୍ୟାଳୟକୁ ଗସ୍ତ କରି ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନରେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ପଛର ସଂଘର୍ଷ, ସଫଳତା ଓ ଦାୟିତ୍ୱ ସଂପର୍କରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ପାଇବା ପାଇଁ ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗିକୃତ ମନୋଭାବ ପୋଷଣ କରିବା ଉଚିତ ବୋଲି ମତ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ମନର ଶଙ୍କା ଦୂର କରିବାକୁ ଏକ ସ୍ୱତନ୍ତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ମ.ରାମପୁର ବିଡ଼ିଓ ଶରତ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧ୍ୟାପକ ଜଗନ୍ନାଥ ବିଶ୍ୱାଳ ଧନ୍ୟବାଦାର୍ପଣ କରିଥିଲେ।