କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ଜଣାଶୁଣା ସାହିତ୍ୟ ସଂସଦ ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗା ପକ୍ଷରୁ ପୁଷପୁନୀ ଭେଟ ଘାଟ ଓ ରାଜ୍ୟ ସ୍ତରୀୟ ଲେଖକ ସମାବେଶ ଓ ଶିଳ୍ପୀସମ୍ବର୍ଦ୍ଧନା ସମାରୋହ ମହା ଆଡ଼ମ୍ବରରେ ନଭେମ୍ବର ୩୦ ଦିନ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ କେସିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଯାଜ୍ଞସେନୀ ସାହା ଓ ସଂପାଦକ ରଞ୍ଜନ କୁମାର ପଣ୍ଡା ଜଣାଇଛନ୍ତି। ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷ ସାରା ରାଜ୍ୟ ରୁ ବିଭିନ୍ନ କ୍ଷେତ୍ର ରେ ଉଲେକ୍ଷଣୀୟ ଅବଦାନ ପାଇଁ ୧୦ ଜଣ ଓଡ଼ିଶାର ବରପୁତ୍ରଙ୍କୁ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସଭାପତି ପ୍ରକାଶ କରିଛନ୍ତି।ଚଳିତ ବର୍ଷ ମର୍ଯ୍ୟାଦା ପୂର୍ଣ୍ଣ ଦୂର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ଵତ ସମ୍ମାନ ପୁରୀ ଜିଲ୍ଲାର ବିଶିଷ୍ଟ କବି ଓ ଅନୁବାଦକ ଡ଼ ଭଗବାନ ଜୟ ସିଂହ ଙ୍କୁ ପ୍ରଦାନ କରାଯିବ।ସେହିପରି ପ୍ରବନ୍ଧ ସାହିତ୍ୟ ପାଇଁ ସେହି ପୁରୀ ଜିଲ୍ଲାର ଡ଼.ଚିତ୍ତରଞ୍ଜନ ମିଶ୍ର, କାବ୍ୟ କବିତା ପାଇଁ ଭୁବନେଶ୍ବର ର ବିଶିଷ୍ଟ କବି କେଦାର ମିଶ୍ର, କବିତା ପାଇଁ ସୁନ୍ଦରଗଡ ର ଡ଼. ମମତା ପ୍ରିୟଦର୍ଶିନୀ ସାହୁ ଙ୍କୁ ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ,କଥା ସାହିତ୍ୟ ପାଇଁ ଲକ୍ଷ୍ମୀ ଚାନ୍ଦଙ୍କୁ ଚେତାବନୀ ପ୍ରଜ୍ଞା ସମ୍ମାନ, ଗୀତି କବିତା ପାଇଁ ବାଲେଶ୍ବର ର କବି ସୁରଞ୍ଜନ ପାତ୍ରଙ୍କୁ ପାର୍ଥ ବିଶି ଗୀତି କବିତା ସମ୍ମାନ,ସେହିପରି ଚେତାବନୀ ଶିକ୍ଷା ସମ୍ମାନ ପାଇବେ ଶିକ୍ଷାବିତ୍ ଇ. ଅଜୟ କୁମାର ପଣ୍ଡା,ଯୁବ କବି ଐଶର୍ଯ୍ୟା ପ୍ରଧାନ ଙ୍କୁ ଲକ୍ଷ୍ମୀକାନ୍ତ ସାହା ସୃତି ସମ୍ମାନ, ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବା କ୍ଷେତ୍ର ରେ କଳାହାଣ୍ଡି ଜିଲ୍ଲାର ବୈଦ୍ୟ ସଦାନନ୍ଦ ପଟେଲଙ୍କୁ ଚେତାବନୀ ସମାଜ ସେବା ସମ୍ମାନ ଓ ଚେତାବନୀ ସୁଦୃଢ ସମ୍ମାନ ପାଇବେ ସଂସ୍ଥାର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ କବି ବିପିନ ବିହାରୀ ବିଶି ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାଂଗଠାନିକ ସମ୍ପାଦକ ଯାଜବେନ୍ଦ୍ର ସାହା, ପାଠାଗାର ସମ୍ପାଦିକା ସଂଯୁକ୍ତା ପାଢ଼ୀ ଓ ସଦସ୍ୟ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

