ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ପୌରପାଳିକା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀୟ ଅତିଥ୍ ଭାବରେ ନବରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ କୁନୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର ଯୋଗଦେଇଥିଲେ। ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷ ପାଇଁ ୧୫୭ ଜଣ ଭିନ୍ନକ୍ଷମ ଭାଗ ନେଇଥିଲେ। ଭିନ୍ନକ୍ଷମଙ୍କ ଦିବ୍ୟାଙ୍ଗ ପ୍ରତିଶିତ ଆକଳନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ରହିଥିଲେ। ସ୍ବାସ୍ଥ୍ୟ ଶିବିରରେ ବିଶେଷଜ୍ଞ ମାନଙ୍କ ଦ୍ବାରା ୯୨ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ବର୍ଗରେ ଦିବ୍ୟାଙ୍ଗତା ପ୍ରମାଣପାତ୍ର ଦେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସ୍ବାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ନିଷ୍ପତି ନେଇଥିଲେ। ଅତିଶୀଘ୍ର ଏହି ଦିବ୍ୟାଙ୍ଗ ମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ଦିବ୍ୟାଙ୍ଗ ପ୍ରତିଶିତ ଆନୁଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର ସୂଚନା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ନବରଙ୍ଗପୁର ପୌରପାଳିକାର ସମସ୍ତ ୱାର୍ଡର କାଉନସିଲର, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

