ପ୍ରଦୀପ ପଟ୍ଟନାୟକଙ୍କ ଦେହାନ୍ତ ; ଗାଁରେ ଶୋକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ଗାଁର ପ୍ରଦୀପ କୁମାର ପଟ୍ଟନାୟକ(୫୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କିଛି ମାସ ହେଲା ସେ’ ଦେହ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ତାଙ୍କର କିଡିନି ଓ ହାର୍ଟ ସମସ୍ୟା ଦେଖା ଦେଇଥିଲା। ସମୟ ଅନୁଯାୟୀ ତାଙ୍କର ଡାଇଲିସିସ ମଧ୍ୟ ହେଉଥିଲା। ତେବେ ଗତ କାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଗାଁ କୁ ଶବ ଫେରିଥିବାବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ସେ ଜଣେ ସମାଜସେବୀ ଥିବାବେଳେ ଅଞ୍ଚଳରେ ସୁଖଦୁଃଖ ରେ ଲୋକଙ୍କ ପାଖରେ ରହୁଥିଲେ।