ଇସ୍ପାତ ଏକ୍ସପ୍ରେସ ଜୁନାଗଡ଼ ପର୍ଯ୍ୟନ୍ତ ହେଲା ସପ୍ରସାରଣ

  • ଏବେ ବି ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଦାବୀ ଅଟକି ରହିଛି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଅଞ୍ଚଳ ବାସୀଙ୍କ ଏକ ଦଶନ୍ଧି ରୁ ହେଉଥିବା ଏକ ଦାବୀ ଭାରତୀୟ ରେଳ ବିଭାଗ ପୂରଣ କରିଛି। ରେଳ ବିଭାଗର ଚିଠି ସଂଖ୍ୟା ସିସି ୨୭୧/୨୦୨୫ ତାରିଖ ୩୧/୧୦/୨୫ ଅନୁଯାୟୀ ରେଳ ବିଭାଗ ହାୱଡା ଟିଟଲାଗଡ ଏକ୍ସପ୍ରେସ ଟେନକୁ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଆଦେଶ ଦେଇଛି। ଆଗରୁ ଉକ୍ତ ଟ୍ରେନ ଟି ହାୱଡା ରୁ ଆସି ଟିଟଲାଗଡରେ ରହି ଯାଉଥିଲା। ବର୍ତ୍ତମାନ ସେହି ଟ୍ରେନ ଟିଟଲାଗଡରେ ନ ରହି ଜୁନାଗଡ଼ ପର୍ଯ୍ୟନ୍ତ ଯିବ କେବେ ଠୁ ଚଳାଚଳ କରିବ ଖବର ନ ଥିଲେ ମଧ୍ୟ ବହୁତ ଶୀଘ୍ର ଏହା ଚଳାଚଳ କରିବ ବୋଲି ଶୁଣିବାକୁ ମିଳୁଛି। ଏହା ଜିଲ୍ଲା ବାସୀଙ୍କ ପାଇଁ ନିହାତି ପକ୍ଷେ ଖୁସିର ବିଷୟ ଓ ଏଥି ପାଇଁ ରେଳ ବିଭାଗ କୁ ଜିଲ୍ଲାବାସୀଙ୍କ ପକ୍ଷରୁ ବହୁତ ବହୁତ ଧନ୍ୟବାଦ। ଏହି ଟ୍ରେନ ଚଳାଚଳ ପାଇଁ କେସିଙ୍ଗାର ରେଳ ଯାତ୍ରୀ ସଂଘ ସମେତ କେସିଙ୍ଗା ସିଟିଜନ ଫୋରମ ଅନେକ ଦିନରୁ ଦାବୀ କରିଆସୁଥିଲେ। ଯାହାବି ହେଉ ବିଳମ୍ବରେ ହେଲେ ମଧ୍ୟ ଦାବୀ ପୂରଣ ହେଇଛି। ଶୁଣିବାକୁ ମିଳୁଛି କୁଆଡେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ରେଳ ବିଭାଗ ତତ୍ପର ଦେଖାଇ ଟ୍ରେନ ଚଳାଚଳ ପାଇଁ ନିଷ୍ପତି ନେଇଛି। କିନ୍ତୁ ଅଞ୍ଚଳବାସୀଙ୍କ ରେଳ ବିଭାଗ କୁ ଦେଇଥିବା ଦାବୀ ପତ୍ର ମଧ୍ୟରୁ ପ୍ରମୁଖ ଦାବୀ କେସିଙ୍ଗା ରୁ ସିଧା ସଳଖ ଟ୍ରେନ ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ ଯେଉଁଠି ସେଥିପାଇଁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ରହିଛି।ବର୍ତ୍ତମାନ ଦେଖିବାକୁ ବାକିରହିଲା ରେଳ ବିଭାଗ କେବେ ଅଞ୍ଚଳବାସୀ ଙ୍କ ପ୍ରମୁଖ ଦାବୀ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଚଳାଚଳ ପାଇଁ ବିଭାଗୀୟ ଚିଠି ଜାରି କରୁଛି।