କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆସନ୍ତା ୧୫ ନଭେମ୍ବରରେ କଟକ ଠାରେ ହେବାକୁ ଥିବା ୧୫ ବର୍ଷରୁ କମ୍ ମହିଳା ଶିବିର ପାଇଁ କୋକସରା ବ୍ଲକ ମୁଷାପଲି ଗ୍ରାମ ପଞ୍ଚାୟତ ଖପ୍ରାମାଲ ଗ୍ରାମର ସାନଭି ପ୍ରଜ୍ଞା ରାଉତ ମନୋନୀତ ହୋଇଛନ୍ତି। ଏନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଡ଼ିଶା କ୍ରିକେଟ୍ ସଂଘ ସୁବ୍ରତ କୁମାର ବେହେରା ଇମେଲ ଜରିଆରେ ସାନଭି କୁ ଜଣାଇଥିବା ସୂଚନା ମିଳିଛି। ସାନଭି ପ୍ରଜ୍ଞାଙ୍କ ସହିତ କଳାହାଣ୍ଡିରୁ ଖୁସି ନିଆଲ ଓ ଭଜନୀ ନାଗ ମଧ୍ୟ ମନୋନୀତ ହୋଇଛନ୍ତି। ଏହି ୩ଜଣ ଛାତ୍ରୀ ମନୋନୀତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସାନଭି ପ୍ରଜ୍ଞା ପୂର୍ବରୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦିଲ୍ଲୀଠାରେ ହୋଇଥିବା ଜାତୀୟ କ୍ରୀଡ଼ା ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ। ଏହାବାଦ୍ ସାନଭି ପ୍ରଜ୍ଞା ପୂର୍ବରୁ କଳାହାଣ୍ଡି ଟିମ୍ ରେ ସାମିଲ ହୋଇ ରାଜ୍ୟସ୍ତରୀୟ ମହିଳା କ୍ରିକେଟ ପ୍ରତିଯୋଗିତାରେ ନିଜର କ୍ରିଡ଼ା ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି।

