ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଠାରେ ‘ଶିଶୁ ଦିବସ’ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ‘ଶିଶୁ ମହୋତ୍ସବ’୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ୍ ସେବା ସମିତି ଥୁଆମୂଳ ରାମପୁର ଏବଂ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ‘କର୍ତ୍ତବ୍ୟ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କାଣୀଗୁମା ସ୍ଥିତ ଖଣ୍ଡୁଆଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ତାଲୁକ୍ ଆଇନ ପ୍ରାଧିକରଣ ସେବା ସମିତି ଅଧ୍ୟକ୍ଷ ତଥା ଜେ.ଏମ୍.ଏଫ୍.ସି ମାଜିଷ୍ଟ୍ରେଟ ଡକ୍ଟର ତାରିଣୀ ପ୍ରସାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଞ୍ଚଳର ଶିଶୁ ମାନଙ୍କୁ ଉତ୍ସାହିତ ଉଦବୋଧନ ପ୍ରଦାନ କରିଥିଲେ। ସିଡିପିଓ ମଧୁବାଳା ବାଗ, କର୍ତ୍ତବ୍ୟ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପଟ୍ଟନାୟକ, ଆଇନଜୀବୀ ମନରଞ୍ଜନ ନାଏକ, ଆଇନଜୀବୀ ଦେବବ୍ରତ ଯୋଷି, ଆଇନଜୀବୀ ପଲ୍ଲବୀ ପ୍ରୀୟଦର୍ଶନି ମୁଣ୍ଡଛିନା, ସମିତି ସଭ୍ୟା ପ୍ରତିନିଧି ଉପେନ୍ଦ୍ର ନାଏକ, ସୁପର ଭାଇଜର ସବ୍ୟା ମାଝୀ, ଜେ.ଏମ୍.ଏଫ୍.ସିର ବରିଷ୍ଠ କିରାଣୀ ଅଶୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।କର୍ତ୍ତବ୍ୟ ଅନୁଷ୍ଠାନ ଦ୍ବାରା ପରିଚାଳିତ ଅଞ୍ଚଳର ବିଭିନ୍ନ ଶିକ୍ଷାକେନ୍ଦ୍ରରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆଦୃତ ବିଭିନ୍ନ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ମାଜିଷ୍ଟ୍ରେଟ ଶ୍ରୀ ସାହୁ ଓ ଅନ୍ୟ ଅତିଥି ଗଣ। କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ଠାରୁ କାଣିଗୁମା ଛକ ପର୍ଯ୍ୟନ୍ତ ଏକ ମସାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କାଣିଗୁମା ଓ ଥୁଆମୂଳ ପଞ୍ଚାୟତ ଯଥା , ତରାଗାଁ, ଟେଭାମହୁଲ, ଚାଚିକାନା, ଧୁଲିଗୁଡ଼ା, କାଣୀଗୁମା, ଧୁଳିଗୁଡ଼ା, ଜବାଙ୍ଗ, ପୋଷ୍ଟିଗୁଡ଼ା, ରାଣୀ ଡୁମେର, ଥୁଆମୂଲ, କରାଙ୍ଗ, କଣ୍ଟାବାଞ୍ଜି, ଲାଠିଆଗୁଡ଼ା ଗ୍ରାମର ଶତାଧିକ ଶିଶୁମାନେ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରି ଅତିଥି ମାନଙ୍କ ପାଖରୁ ପୁରସ୍କୃତ ହୋଇ ଥିଲେ ।‘କର୍ତ୍ତବ୍ୟ’ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ଜିତେନ୍ଦ୍ର ମେହେର, ସୁଦର୍ଶନ ନାଏକ, ଅମିତ ନାୟକ, ସୁମିତ୍ ବାଗ, ସୋନାଲି ଦାସ, ରାଜେଶ ବାଣୁଆ, ତୁଳସିରାମ ମାଝୀ, ପ୍ରତିମା ସୁନାନି, ମୁରଲି ବିଶ୍ଵାଳ, ହରେକୃଷ୍ଣ ନାଏକ, ଘାସିରାମ ମାଝୀ, ଅଞ୍ଜଳି ନାଏକ, ସୀତାରାମ ମାଝୀ, ସୁନ୍ଦର ସିଂହ ମାଝୀ, ମମତା ନାଏକ, ଭବାନୀ ରାଉତ, ଡମ୍ବରୁ ଧର ନାଏକ ସହଯୋଗ କରିଥିବା ବେଳେ ‘କର୍ତ୍ତବ୍ୟ’ ଅନୁଷ୍ଠାନର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
