ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଆଜି ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ  ମହାସମାରୋହରେ ପାଳିତ ହୋଇଛି। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରଭାକର ଦାସ, ମୁଖ୍ୟ ପ୍ରବନ୍ଧକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା, ବିଦ୍ୟାଳୟ ସଭାପତି ଉମାଶଙ୍କର ଦୀପ, ମାରୁତି କମ୍ପାନୀ ରାଜାରାମ ଧଙ୍ଗଡ଼ାମାଝି, ସବ୍ୟସାଚୀ କରୁନ, ପ୍ରମୋଦ ମାଝୀ, ମୀନା ମଞ୍ଚ ଅଧକ୍ଷ ମମତାଜ ରାଣୀ, ଉପାଧ୍ୟକ୍ଷ ଥବିର ପୁଝାରୀ, ଶିକ୍ଷକ କୋଟେଶ୍ୱର ରାଓ, ଶଶି ଭୂଷଣ ଦଳପତି, ସୁଜିତ୍ କୁମାର ସାହୁ, ଶିକ୍ଷୟତ୍ରୀ ଉପମା ବାଗ, ଦିବ୍ୟ ମଞ୍ଜରୀ ଦୁର୍ଗା, ରୁଚିରା ନାୟକ, ଉଦ୍ଧବ ବାଗ ପ୍ରମୁଖ ମଞ୍ଚାସିନ ଥିଲେ। ଶିଶୁ ହସିଲେ ଦେଶ ହସିବ। ଏହି ମର୍ମରେ ଉପସ୍ଥିତ ଅତିଥି ସମୂହ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ମାରୁତି ଏଣ୍ଟରପ୍ରାଇସେସ ଭବାନୀପାଟଣା ଦ୍ଵାରା ଛାତ୍ର ଛାତ୍ରୀ ଗହଣରେ କେକ କାଟିଥିଲେ। ସୁରଭି ବିଜେତା କ୍ଲଷ୍ଟର, ବ୍ଲକ, ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ ସହ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା। ସଭାକୁ ଶିକ୍ଷକ ରଞ୍ଜନ ବରିହା ପରିଚାଳନା କରିଥିଲେ।