ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡିଆ ଆଦର୍ଶ ବିଦ୍ୟାଳୟରେ ‘ଶିଶୁ ଦିବସ’ପାଳନ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୀତାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅମର ଜ୍ୟୋତି ଫାଉଣ୍ଡେସନର ପ୍ରକଳ୍ପ ସମନ୍ବୟକାରୀ ଆଲୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନୋଡାଲ ସି.ଆର୍.ସି.ସି ସୁନାଧର ମାଝୀ, ସ୍ବେଚ୍ଛାସେବୀ ସୁମନ୍ତ କୁମାର ରଣା ଏବଂ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମନେପକାଇ ‘ଶିଶୁ ଦିବସ’ ଶୀର୍ଷକ ସମ୍ବନ୍ଧୀୟ ଅଭିଭାଷଣ ରଖିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, କ୍ବିଜ୍, ସଂଗୀତ ଏବଂ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା।ଶିକ୍ଷକ ଦେବବ୍ରତ ଦାଶ, ବିଶ୍ବନାଥ ହେମ୍ବ୍ରମ, ଆଲୋକ ମହନ୍ତ, ପ୍ରଦୀପ କୁମାର ନାଗ, ସଞ୍ଜୀବ କୁମାର ଭୂଏ, ପରମେଶ୍ବର ସାମଲ, ରଣଜିତ ସାହୁ, ହିମାଦ୍ରି ନାଏକ ନାଗେଶ କର, ମଳୟ କୁମାର ସରାବୁ,ଶିକ୍ଷୟିତ୍ରୀ ସଂଗୀତା ଧରୁଆ, ଶିକ୍ଷୟିତ୍ରୀ ଲିପିଶ୍ରୀ ବାରିକ, ଶିକ୍ଷକ ଲୋହିତ ନାଗ, ଧରିତ୍ରୀ ବିଭାର, ଶିକ୍ଷୟିତ୍ରୀ କ୍ରୀଷ୍ଣା ମୁଣ୍ଡ, ସୁଜାତା କୋଚିନ, ଶିକ୍ଷକ ନଳ ନିଆଲ, ବିକୁ କାଟା, ସଦାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ତ୍ରିବିକ୍ରମ ନାଏକ ଏବଂ ଦୁର୍ବନ୍ତ ଗୋପାଳ ସହଯୋଗ କରିଥିଲେ।
