କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ସର୍ଉବମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତାଳୁକା ଆଇନ ସେବା ସମତି ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି। ଏଥିରେ ତାଳୁକା ଆଇନ ସେବା ସମତିର ଅଧ୍ୟକ୍ଷା ଲିପ୍ସା ରାଉତ, ବାର ଆସୋସିଏସନର ସଭାପତି ମନୋଜ କୁମାର ନାଏକ, ଆଇନଜୀବୀ ଲକ୍ଷୀଧର ମେହେର, ଜାଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୁକ୍ତା ଖମାରି ପ୍ରମୁଖ ମଞ୍ଚାସିନ ହୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିଶୁଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳୁକା ଆଇନ ସେବା ସମତିର କେଶବ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
