କେସିଙ୍ଗା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ବିଜେପି ର ବିହାର ରେ ଓ ନୂଆପଡ଼ା ରେ ହୋଇଥିବା ବିଷଣ ବିଜୟ ରେ ଉତ୍ସାହିତ ହୋଇ କେସିଙ୍ଗା ବିଜେପି ପକ୍ଷରୁ ଟାଉନ ସଭାପତି ପୀଙ୍କୁ ପରିଡ଼ା ଙ୍କ ନେତୃତ୍ୱରେ ସ୍ଥାନୀୟ ଭେଟନେରି ଛକ ଠାରେ ବିଜୟ ଉତ୍ସବ ପାଳନ କରିଛି।ଫଟକା ଫୁଟାଇବା ସହିତ ସହରବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ କେନ୍ଦ୍ରୀୟ ନେତୃତ୍ବ ଙ୍କ ସମେତ ରାଜ୍ୟ ସରକାର ଓ ରାଜ୍ୟ ନେତୃତ୍ବ କୁ ଅଭିନନ୍ଦନ ଜଣାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଟାଉନ ସମ୍ପାଦକ ଯୁଗଲ କିଶୋର ଦୀପ ପୂର୍ବତନ ଟାଉନ ସଭାପତି ମଗନ ସିନ୍ଦୂର, ପ୍ରଶାନ୍ତ ବାନାର୍ଜୀ,ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ,ବରିଷ୍ଠ ନେତ୍ରୀ ସରିତା ସିନ୍ଦୂର,ଯୁବନେତା ଧରଣୀଧର ନାଏକ, ଉପସଭାପତି ପ୍ରିତେସ ପଟେଲ ଙ୍କ ସମେତ ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।