କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କେସିଙ୍ଗା ଅଞ୍ଚଳର ଜଣାଶୁଣା ବେସରକାରୀ ଶିକ୍ଷାନୁଷ୍ଠାନ ଦ୍ରୋଣାଚାର୍ଯ୍ୟ ସ୍କୁଲର ବାର୍ଷିକ ଉତ୍ସବ ଅସ୍ମିତା ଉଦଯାପିତ ହୋଇଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ, ବରିଷ୍ଠ ସାମ୍ବାଦିକ ତଥା ବିଏସଏ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଦ୍ବିତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲେ ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ରୋହିତ ଶର୍ମାଙ୍କ ଭାଇ ବିଶାଳ ଶର୍ମା, ଏଠାରେ ପ୍ରକାଶ ଥାଉକୀ ବିଶାଳ ଶର୍ମା ( ରୋହିତ ଶର୍ମା କ୍ରିକେଟ ଏକାଡେମୀ)ର ପ୍ରତିଷ୍ଠାତା। ଯାହା ୨୦୧୮ ମସିହାରୁ ଭାରତ ସମେତ ସାରା ବିଶ୍ବରେ ୬ ଦେଶରେ ଏହି ସଂସ୍ଥା କ୍ରିକେଟ କୋଚିଂ ସେଣ୍ଟର ଖୋଲିଛି। ସାରା ଭାରତ ବର୍ଷରେ ଆହାର ୪୦ ଟି ସେଣ୍ଟର ଥିବା ବିଶାଳ ଶର୍ମା ପ୍ରକାଶ କରିଥିଲେ। ସାରାଭାରତାରେ ପ୍ରତିଭାବାନ କିକେଟ ଖେଳାଳି ମାନଙ୍କୁ ତାଲିମ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କେନ୍ଦୁପଡ଼ାରେ ଥିବା ଦ୍ରୋଣାଚାର୍ଯ୍ୟ ସ୍କୁଲରେ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ କୋଚିଙ୍ଗ ସେଣ୍ଟର ଉଦଘାଟନ କରାଯାଇଛି। ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ସ୍ଵିମିଙ୍ଗ ପୁଲ, ବାସ୍କେଟ ବଲ୍, ଲଙ୍ଗ ଟେନିସ ଖେଳ ପାଇଁ ମଧ୍ୟ ନୂତନ ଭାବରେ କୋର୍ଟ ତିଆରି କରାଯାଇଛି। ବିଶାଳ ଶର୍ମାଙ୍କ ଆଗମନ କୁ ନେଇ ବିଦ୍ୟାଳୟ ପକ୍ଷରୁ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ବିଶାଳ ଶର୍ମା ନିଜ କ୍ରିକେଟ କୋଚିଙ୍ଗ ସେଣ୍ଟର୍ ର ଦ୍ରୋଣାଚାର୍ଯ୍ୟ ସ୍କୁଲରେ କାହିଁକି କୋଚିଙ୍ଗ ସେଣ୍ଟର୍ ଖୋଲିଲା ସେହି ବିଷୟରେ ଅବଗତ କରାଇଥିଲେ। ଏବଂ ଘୋଷଣା କରିଥିଲେ ଯେ କ୍ରିକେଟ କୋଚିଂ ପାଇଁ ଭଲ କୋଚ ସହିତ ଫିଜ୍ ମଧ୍ୟ କମ ଟଙ୍କା ରହିବ ଓ ଛାତ୍ରୀ ମାନଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ଘୋଷଣା କରିଥିଲେ । ପରେ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଭୂପିନ୍ଦର ସିଂ ଯୋଗ ଦେଇଥିବା ବେଳେ ବିଶାଳ ଶର୍ମା, ରୋହିତ ଶର୍ମା ଏକାଡେମୀ ଭାରତ ର ମୁଖ୍ୟ ଗୁରୁ ରାଜ, ସୁଶାନ୍ତ କୁମାର ପାଢ଼ୀ,ବିଦ୍ୟାଳୟର ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲ, ଜଗଦୀଶ ମଣ୍ଡଳ,ଖ୍ୟାତନାମା କ୍ରିକେଟର ପଙ୍କଜ ପଟ୍ଟନାୟକ ପ୍ରମୁଖ ମଞ୍ଚାଷୀନ ଥିଲେ।ମଞ୍ଚ ପରିଚାଳନା କରିଥିଲେ ପଦ୍ମନାଭ ପାଠୀ ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
