ଜନଜାତି ଗୈାରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଦିବସ ପାଳିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସଦର ପଞ୍ଚାୟତ ସଭାଗୃହରେ ସରପଞ୍ଚ ବିଣାପାଣି ସାହୁଙ୍କ ଅଧ୍ୟକ୍ଷତାରେ ଜନଜାତି ଗୈାରବ ଦିବସ ତଥା ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ଦିବସ ଅବସରରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିର୍ସା ମୁଣ୍ଡାଙ୍କ ଜୀବନୀ ତଥା ପଞ୍ଚାୟତର ବିଭିନ୍ନ ବିକାଶ ଉପରେ ଆଲୋଚନା କରିଥିଲେ। ସଭାଟିକୁ ସଂଯୋଜନା କରିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମାନନ୍ଦ ନାଏକ, ସହଯୋଗ କରିଥିଲେ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ଏଡିଇଓ ସେଷ ଦେବ ବାଗ, ଦ୍ବିତୀୟା ମାଝୀ ଏଥିରେ ମ, ରାମପୁର ପଞ୍ଚାୟତ ର ସିଆରପି,ଏମବିକେ, ସମସ୍ତ ଓ୍ବାଡ ସଭ୍ୟ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ।