ସଇଁତଳା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକର କୁଇକେଡ଼ା ପଂଚାୟତ ଅନ୍ତର୍ଗତ କମରଲଗା ଗ୍ରାମରେ ଆଜି ଲୋକ ଉନ୍ନତି ସଂଗଠନ ତରଫରୁ ବିର୍ସା ମୁଣ୍ଡା ଜୟନ୍ତୀ ଓ ପରମ୍ପରା ବିକଶିତ ଯାତ୍ରାର ଶୁଭାରମ୍ଭ ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ହାଇସ୍କୁଲର ପ୍ରଧାନଶିକ୍ଷକ କୁଳମଣି ଯୋଶୀ ଉପସ୍ଥିତ ହୋଇ ବୀର ବିର୍ସା ମୁଣ୍ଡାଙ୍କ ଆଦର୍ଶ ଓ ସଂଘର୍ଷ ଉପରେ ଆଲୋକପାତ କଲେ। ସମ୍ମାନିତ ଅତିଥି ଭାବେ ଆଦିବାସୀ ଯୁବନେତା ପ୍ରଦୀପ ମାଝୀ, ଏବଂ ମୁଖ୍ୟ ବକ୍ତା ଭାବେ ଶରତ ଚନ୍ଦ୍ର ରାଉତ ଉପସ୍ଥିତ ହୋଇ ଆଦିବାସୀ ସଂସ୍କୃତି ଓ ପରିଚୟ ଉପରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଥିଲେ। ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିମାନେ ମଧ୍ୟରେ ଲୋକ ଉନ୍ନତି ସଂଗଠନର ଜିଲ୍ଲା ସଭାପତି ଜେମାମଣି ମଲ୍ଲିକ, ଆଦିବାସୀ ସଂଗଠନର ଲକ୍ଷଣ ମାଝୀ, ମେଘ ମାଝୀ, ଗ୍ରାମର ୱର୍ଡ ମେମ୍ବର ହେମକାନ୍ତି ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଲୋକ ଉନ୍ନତି ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଗୀତାଞ୍ଜଳି କୁମ୍ଭାର, ଲଳିତା ରାଣୀ କୁମ୍ଭାର, ଜୟନ୍ତ ରଣା, ପରମେଶ୍ୱର ରଣା, ସ୍ଵର୍ଣ୍ଣଲତା ନାୟକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହମୂଳକ ଯୋଗଦାନ ମଧ୍ୟରେ ଆଜିର କାର୍ଯ୍ୟକ୍ରମ ଆଦିବାସୀ ସଂସ୍କୃତି, ଉତ୍ସବ ପରମ୍ପରା ଓ ବିର୍ସା ମୁଣ୍ଡାଙ୍କ ଆଦର୍ଶର ସ୍ମୃତିକୁ ଅଧିକ ସାର୍ଥକ କଲା।
