ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ପିଆର ପ୍ଲେସ ଠାରେ ୱାର୍କକିଙ୍ଗ ମିଡିଆ ଏସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ସଂଘର ସଭାପତି ଦିଲୀପ କୁମାର ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପ୍ରବନ୍ଧକ ପ୍ରଭାକର ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଭାସ୍କର ବେହେରା, ଅସରପ ଅଲ୍ଲୀ, ଆଇନଜୀବୀ ଗଙ୍ଗାଧର ପାତ୍ର, ସାମଜସେବୀ ରୁଦ୍ରପ୍ରସାଦ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଖବର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ଚିତ୍ରସେନ ବାଗ, ଗୋଲାପ ସାହୁ, ସୁଶୀଲ ନାଏକ, ଜୀବନକନ୍ଦ ପାନ, ରଶ୍ମିରଞ୍ଜନ ଠାକୁର,ରାଜେନ୍ଦ୍ର ପଣ୍ଡା, ବ୍ୟାମକେଶ ପଣ୍ଡା, ମୃଣ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
