ଥୁଆମୂଳ ରାମପୁର କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ମା’ ମାଣିକେଶ୍ବରୀ ପଞ୍ଚାୟତ ସମିତି ଯୁକ୍ତ ଦୁଇ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ଛତ୍ରିଆ, ସହ ସମ୍ପାଦକ ଭାନୁପ୍ରତାପ ମୁଣ୍ଡ, କୋଷାଧ୍ୟକ୍ଷ ବିର ବଜ୍ରଙ୍ଗ ଚାରୁ ମଜୁମଦାର ନାଏକ, ପରିକ୍ଷୀତ ନାଏକ, ବରିଷ୍ଠ ସାମ୍ବାଦିକ ଅଙ୍ଗଦ ନାଏକ, ଯୁବ ସାମ୍ବାଦିକ ରଞ୍ଜନ ନାଏକ, ଯୁଧିଷ୍ଠିର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅଞ୍ଚଳର ବିକାଶ ପାଇଁ ପ୍ରମୁଖ ବିଷୟ ଗୁଡିକ ଉପରେ ବିଶେଷ ଆଲୋଚନା ହୋଇଥିଲା। ଯାହା ଆଗାମୀ ଦିନରେ ପ୍ରତିଫଳିତ ହେବା ସହିତ ସକାରାତ୍ମକ ରୂପ ନେବ ବୋଲି ଦୃଢ଼ ବିଶ୍ୱାସ ରଖିଛି ସଂଘ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ସମୂହ ମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସାମ୍ବାଦିକ ଅଞ୍ଜନ କୁମାର ନାଏକ ଏବଂ ମହେଶ୍ବର ମାଝୀ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ।