କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଟେମରା କଲ୍ୟାଣ ମଣ୍ଡପଠାରେ ରବିବାର କୋକସରା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ରାଜ୍ୟ ସଭାପତି ଧୀରେନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଶିକ୍ଷକ ଅତୁଲ୍ୟ ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିଲେ। ପ୍ରଥମ ଅଧିବେଶନରେ କଳାହାଣ୍ଡି ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ, ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ, ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ପଦ୍ମଲୋଚନ ନାଏକ, ଜିଲ୍ଲା କୋର କମିଟି ସଦସ୍ୟ ବେଣୁଧର ନାଏକ, ପୂର୍ବତନ ସଙ୍ଘ ସଭାପତି ଭୁରିଶ୍ରବା ଜାଲ ପ୍ରମୁଖଙ୍କ ଉପସ୍ଥିତିରେ ସାଙ୍ଗଠାନିକ ଆଲୋଚନା କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ରାଜ୍ୟ ସଭାପତି ଧୀରେନ ପଟ୍ଟନାୟକ ଓ ବିଭିନ୍ନ ବ୍ଲକରୁ ଯୋଗ ଦେଇଥିବା ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଆଲୋଚନା ପରେ ସର୍ବ ସମ୍ମତ୍ତି କ୍ରମେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ ସଭାପତି ଭାବେ ବୀର କିଶୋର ନାଗ, ଉପ ସଭାପତି ଭାବେ ଅମୂଲ୍ୟ ବେହେରା, ସୁଭାଷ ଚନ୍ଦ୍ର ବାଗ, ଶିକ୍ଷୟିତ୍ରୀ ସ୍ବର୍ଣ୍ଣାଲତା ପାଳ, ସମ୍ପାଦକ ଭାବେ ଦିଲିପ କୁମାର ସାହୁ, ସହ ସମ୍ପାଦକ ମଣିରାମ ମାଝୀ, ଜୟନ୍ତ ଦିଶାରୀ, ଅଜିତ କୁମାର ସାହୁ, ପ୍ରସନ୍ନ ନାଏକ, ମଦନ ଲାଲ ନାଏକ, କୋଷାଧ୍ୟକ୍ଷ ଦୁଲ୍ଲଭ ଚନ୍ଦ୍ର ପୁଝାରି, ଗୋଷ୍ଠି ସମ୍ପାଦକ ଭାବେ ସୁମନ ଅର୍ପିତ ପଣ୍ଡା, ମିଡିଆ ସେଲ ସଂଯୋଜକ ପ୍ରେମଲାଲ ସାହୁଙ୍କୁ ଚୟନ କରାଯାଇଛି। ମନୋନୀତ ନୂତନ କର୍ମକର୍ତ୍ତାଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଶିକ୍ଷକ ନିଳାମ୍ବର ଦାସ ସମଞ୍ଚ ସଂଯୋଜନା କରିଥିଲେ। ଏହାସହ ପୂର୍ବତନ ସଭାପତି ଭୁରିଶ୍ରବା ଜାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଘାସିରାମ ନାଏକ, ଅମୀୟ କୁମାର ଜେନା, ଶୁଭେନ୍ଦୁ ପ୍ରସାଦ ମହାପାତ୍ର, ରତିକାନ୍ତ ମହାରଣା ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
