କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସମାରୋହ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ତରଫରୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀଗାଁ ମିନି ଷ୍ଟାଡିଅମଠାରେ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ସଂଘ ପକ୍ଷରୁ ପ୍ରାୟ ୫ ଶହରୁ ଉର୍ଦ୍ଧ ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ସଙ୍ଘର ସଭାପତି ନିକୁଞ୍ଜ ବିହାରୀ ଚଳାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି , ଆଇନଜୀବୀ ତଥା ସମାଜସେବୀ ଦୁର୍ଗାପ୍ରସାଦ ନାଏକ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଭବସିନ୍ଧୁ ମଙ୍ଗରାଜ, ଦାସୀଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦିନି ପ୍ରହରାଜ, ବୈଦ୍ୟ ସଂଘ ସଭାପତି ତଥା ସମାଜସେବୀ ଜତୀନ୍ଦ୍ର କର, ଆଇନଜୀବୀ ବିଶ୍ୱନାଥ କର, ଛବିଲାଲ ନିଆଁଲ, ରାଜସ୍ବ ନିରୀକ୍ଷକ ହିମାଂଶୁ ଶେଖର ପଣ୍ଡା, ଡାକ୍ତର ଟୁନୁ ସରାଫ, ଚିଲଗୁଡ଼ା ଫାଣ୍ଡି ଅଧିକାରୀ ମୀନକେତନ ଶବର, ନାଏବ ସରପଞ୍ଚ ବବିତା ପ୍ରହରାଜ, ସମିତି ସଭ୍ୟ ସୌମେନ୍ଦ୍ର ମୁଣ୍ଡ, ନରେନ୍ଦ୍ର କ୍ଷିତି ପ୍ରମୁଖ ଯୋଗଦେଇ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରି ଏକ ମହତ କାର୍ଯ୍ୟ କରିଥିବାରୁ ସଂଘର କାର୍ଯ୍ୟକୁ ଉତ୍ସାହ କରିବା ସହ ଚତୁର୍ଥ ସ୍ତମ୍ଭ ଏହି ମହତ କାର୍ଯ୍ୟ ସବୁବେଳେ ଜାରି ରହିଥାଉ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସାମ୍ବାଦିକ ମହାଦେବ ଖଣ୍ଡୁଆଲ, ଟିକଚନ ବାଗ, ହରିହର ଛତ୍ରିଆ, ଅମରେଶ ପାଢ଼ୀ, ମନୋଜ ପ୍ରଧାନ, ରବିଶଙ୍କର ସୁନାନୀ, ପ୍ରଦୀପ ପଟ୍ଟନାୟକ, ଚନ୍ଦ୍ର ହାସ୍ୟ ନାଏକ, ରଜନୀକାନ୍ତ ଛତ୍ରୀଆ, ଟଙ୍କଧର ବିହାରୀ, ଉଗ୍ରସେନ କନ୍ଦପାନ, ଶର୍ମିଷ୍ଠା ଯୋଶୀ, ତାପସ ମହାନ୍ତି, ଭବାନୀ ମାନହିର , ଗଜିନ୍ଦ୍ର ନାଗ, ମନୋଜ ବଗତ୍ତି ପ୍ରମୁଖ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ରଞ୍ଜନ ସାହୁ ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଗଣେଶରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ବିଭନ୍ନ କୋଣ ଅନୁକୋଣରୁ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ।