ଶାସନକୁ ଶାଣିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପର୍ଣ୍ଣ

ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସତ୍ୟ ଉପରେ ମିଥ୍ୟା ଭାରି ପଡିପାରେ କିନ୍ତୁ ସଦାବେଳ ପାଇଁ ଏହା ସମ୍ଭବ ହୋଇ ନଥାଏ। ତେଣୁ ଗଣମାଧ୍ୟମ ସର୍ବଦା ସତ୍ୟର ବାର୍ତ୍ତାବହ ସାଜୁ ଏବଂ ସାଧାରଣ ଜନତାର ସ୍ବର ହେଉ। ଶାସନକୁ ଶାଣିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପର୍ଣ୍ଣ ହୋଇଥାଏ। ଯେଉଁ ଦେଶରେ ନିରପେକ୍ଷ ଗଣମାଧ୍ୟମ ରହିଛି, ସେଠାରେ ଏକ ଉତ୍ତମ ଶାସନ ବ୍ୟବସ୍ଥା ରହିପାରିବ। ଆଜି ଜୁନାଗଡ଼ ସ୍ଥିତ ଆରଏମସି ସଭାଗୃହଠାରେ କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ (କେଜେୟୁ)  ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ସମାରୋହରେ ଉପରୋକ୍ତ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ମହମ୍ମଦ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଉପଦେଷ୍ଟା କମିଟି ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚକ୍ରଧର ବେଶ୍ରା, ଜିଲ୍ଲା ଉପସଭାପତି ପ୍ୟାରିଲାଲ ଦୁର୍ଗା, ଜିଲ୍ଲା ସମ୍ପାଦକ ଇଶ୍ବରୀ ପଟେଲ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ଯୁବ ଉଦ୍ୟୋଗୀ ଆଶିଷ ଗୋୟଲ, ଭିନ୍ନ ଏକ ପ୍ରତିଭାରାଧୀ ଛାତ୍ରୀ ସୈମ୍ୟାସରୁପା ସାହୁ, ଉତ୍ତମ ସାମାଜିକ କାର୍ଯ୍ୟକଳାପ ଯୋଗୁଁ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେକ ସା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ରଘୁମଣି ପୁଝାରୀ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା, ଜଗଦୀଶ ନାଏକ, ହିରଣ୍ୟ ବେହେରା, ହରିହର ଛତ୍ରିଆ, ପରମାନନ୍ଦ ଛତ୍ରିଆ, ତୁଲାରାମ ବେହେରା, ଟୁନା ବିହାରୀ, ସାମ୍ବାଦିକା ଶର୍ମିଷ୍ଠା ଯୋଷୀ, ହିମାନ୍ଦ୍ରୀ ମେହେର, ସାମ୍ବାଦିକ ଉଗ୍ରସେନ କନ୍ଦପାନ, ମଲୟ କୁମାର ସାହୁ, ବ୍ରହ୍ମା ପ୍ରସାଦ କାଣ୍ଡ, ରଜନୀ ଛତ୍ରିଆ, ଗଜୀନ୍ଦ୍ର ନାଗ ସମେତ ବିଭିନ୍ନ ବ୍ଳକରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ।