କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଥିବା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି।ମହାସଂଘ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭବାନୀପାଟଣା ମାଣିକେଶ୍ଵରୀ ମହାବିଦ୍ୟାଳୟର ପ୍ରଫେସର ଡା ପ୍ରତ୍ୟାଶା ଧଳ ଉପସ୍ଥିତ ଥିଲେ। ଅତିଥି ମାନେ ନିଜ ଅଭିଭାଷଣରେ ସାମ୍ବାଦିକ ଆକ୍ରୋଶ ମୂଳକ ନ ହୋଇ ସର୍ବଦା ସତ୍ୟ ଖବର ପରିବେଷଣ କରିବା ସହିତ ଅଞ୍ଚଳ ର ବିଭିନ୍ନ ପ୍ରକାରର ସମସ୍ୟା ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ମହାସଂଘ ପକ୍ଷରୁ ପ୍ରମେୟ ଖବରକାଗଜର ଜିଲ୍ଲା ପ୍ରତିନିଧି ସନ୍ତୋଷ ସିଂଦେଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଣମୟୀ ଡ୍ୟାନସ୍ ଗ୍ରୁପ ଭବାନୀପାଟଣା କଳାକାର ଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆ ହୋଇଥିଲା।ଶେଷରେ ପ୍ରେସ ଡେ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ଦୟା ସୁନାନୀ, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରମଣି ସ୍ୱାଇଁ, ଯଯାତୀ କେଶରୀ ଦେଓ, ମହମ୍ମଦ ଆଗା ଜାନଙ୍କ ସମେତ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା ବରିଷ୍ଠ ସାମ୍ବାଦିକ ଯଯାତୀ କେଶରୀ ଦେଓ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ବିନୋଦ ଜୈନ।
