ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ବ୍ଲକର ସମସ୍ତ ପଞ୍ଚାୟତ ରୁ ଶତାଧିକ ଚାଷୀ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ବ୍ଲକ ପୂର୍ବତନ ଚେୟାରମେନ ବ୍ରଜେନ୍ଦ୍ର ପଟ୍ଟଯୋଷି, ସଂମ୍ମାନୀୟ ଅତିଥି ସାଂସଦ ପ୍ରତିନିଧି ଅବିନାଶ ନନ୍ଦ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ବରିଷ୍ଟ ସାମ୍ବାଦିକ ଶେଷଦେବ ବେହେରା, ଜୟପାଟଣା ସମିତି ସଭ୍ୟ ସଂଘ ସଭାପତି ଅନନ୍ତ ପଟ୍ଟନାୟକ, ଉପ ସଭାପତି କୃଷ୍ଣ ଚନ୍ଦ୍ର ଶବର, ଜିଲ୍ଲାପରିଷଦ ଅଙ୍ଗଦ ମାଝୀ, ତପନ ପଣ୍ଡା, ଅରବିନ୍ଦ ପଣ୍ଡା, ଜିଲ୍ଲା ମସ୍ୟ ଅଧିକାରୀ ଗ୍ୟାନ ରଞନ ସେଠୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ନୀରଦ ଚନ୍ଦ୍ର କଁହର, ଜୟପାଟଣା ଗୋଷ୍ଠୀ ଉନୟନ ଅଧିକାରୀ ଧର୍ମରାଜ ମାଝୀ, ଜୟପାଟଣା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୈଳେନ୍ଦ୍ର ଭଦ୍ର, ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚାସିନ ଅଥିତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ବିଷୟରେ ଚାଷୀ ଙ୍କୁ ସୂଚନା ପ୍ରଦାନ ସହ ମତ ବ୍ୟକ୍ତ କରିଥିଲେ।