ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ ) : ବ୍ରହ୍ମପୁର ଠାରୁ ରାୟପୁର କୁ ବିଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା କ ନୂଆଗାଁ ପୋଲିସ । ଦାରିଙ୍ଗବାଡି ଛକ ନିକଟରେ ଯାତ୍ରୀ ବାହି ବସ୍ ଟିକୁ ଚଢ଼ାଉ କରି ୨୮ ଟି ବଟଲରେ ୨0 ଲିଟର ବିଦେସି ମଦ ଜବତ କରିବା ସହ ଚାଲାଣ କାରିକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲା ଆସିକା ଅଞ୍ଚଳର ଲୋକ ନାଥ ରଥ। ବିଦେଶୀ ମଦର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଦଶ ହଜାର ଟଙ୍କା। ଏନେଇ ଥାନରେ ୧୭୬/୨୫ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।
