ବାରାହା କାମୁଡ଼ାରେ ମହିଳା ଗୁରୁତର

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ପଞ୍ଚାୟତ ନାଗଝୁରୀ ଗାଁରେ ଆଜି ୪ଟା ସମୟରେ ନାଗଝୁରୀ ଗାଁ ର ବେଦମତୀ ପାତ୍ର (୪୭) ସ୍ବାମୀ ବନମାଳୀ ପାତ୍ର ନିଜ ଜମିରେ ଧାନ କାଟି ଘରକୁ ଆଣୁ ଥିବା ସମୟରେ ପଛପଟୁ ଏକ ଦନ୍ତା ବାରାହା ଆକ୍ରମଣ କରିଥିଲା। ଆକ୍ରମଣରେ ଉକ୍ତ ମହିଳା ଗୁରୁତର ଆହତ ହୋଇଥିଲେ।  ନିଜ ପରିବାର ବର୍ଗ ଖବର ପାଇ ମ, ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ମହିଳାଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମହିଳା ଜଣକ ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ନେଇ ଅନୁରୋଧ କରିଛନ୍ତି।