୪୦ ବର୍ଷ ପରେ ସିମନବାଡ଼ି ପଞ୍ଚାୟତରେ ସାପ୍ତାହିକ ଜନଜାତି ହାଟ ଉଦଘାଟନ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତଠାରେ ଆଜି ସାପ୍ତାହିକ ଜନଜାତି ହାଟର  ଶୁଭ ଉଦଘାଟନ ହୋଇଯାଇଛି । ଦୀର୍ଘ ୪୦ବର୍ଷ ଧରି ବନ୍ଦ ଥିବା ଏହି ସାପ୍ତାହିକ ହାଟ ପ୍ରତ୍ୟେକ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହାଟ ର ଉଦଘାଟନ କରିଥିଲେ।  ସିମନବାଡ଼ି ଗ୍ରାମ ପଞ୍ଚାୟତ ଓ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ହାଟ ଜରିଆରେ ସ୍ଥାନୀୟ କୃଷକ ମାନଙ୍କୁ ଉନ୍ନ‌ତ ବଜାର ସୁବିଧା ଯୋଗାଇ ଦିଆଯାଇଛି। ଏଠାରେ ଚାଷୀମାନେ ନିଜର ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ସିଧାସଳଖ ଭାବେ ଗ୍ରାହକଙ୍କୁ ନିଜେ ବିକ୍ରି କରି ପାରିବେ। କୌଣସି ସ୍ଥାନୀୟ ବ୍ୟବସାୟୀ କିମ୍ବା ଦଲାଲ ଙ୍କୁ ବିକ୍ରି କରି କରି ଯେଉଁ ପରି କ୍ଷତି ସହିବେ ନାହିଁ ତାହା ଏହି ଜନଜାତି ହାଟର ମୂଳ ଉଦ୍ଧେଶ୍ୟ। ଦୀର୍ଘ ୪୦ବର୍ଷ ଧରି ବନ୍ଦ ରହିଥିବା ଏହି ସିମନବାଡ଼ି ବଜାର ହାଟ ଆଜି ସ୍ଥାନୀୟ ସରପଞ୍ଚ ଅମିତା ପ୍ରଧାନଙ୍କ ଉଦ୍ୟମରେ ସଫଳ ହୋଇଥିବାରୁ ସ୍ଥାନୀୟ କୃଷକ ମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିବା ବେଳେ ଲୋକଙ୍କ ବହୁତ ଦିନ ଧରି ଦାବି ଥିବାରୁ ହାଟ କରିବା ପାଇଁ ପଞ୍ଚାୟତ ତରଫରୁ ଉଦ୍ୟମ କରାଯାଇ ଆଜି ହାଟ ର ଉଦଘାଟନ କରାଯାଇ ଲୋକଙ୍କ ଦାବି ପୂରଣ କରାଯାଇଥିବା ଯୋଗୁଁ ଲୋକେ ଉପକୃତ ହୋଇ ପାରିବେ ଓ ୪୦ବର୍ଷ ପରେ ହାଟ ଆରମ୍ଭ ହୋଇଥିବାରୁ ଏହି ହାଟକୁ ପୁନର୍ବାର ସଠିକ ଭାବରେ ପରିଚାଳନା ସହିତ କିଛି ସପ୍ତାହ ମଧ୍ୟରେ ହାଟ ବହୁତ ଭଲ ବ୍ୟବସାୟ କରିବା ନେଇ ବ୍ୟବସାୟୀ ସଂଘ ସଦସ୍ୟ ମାନେ ପ୍ରକାଶ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ପରମେ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନ,  ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ର ସଦସ୍ୟ ଓ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀ ମାନେ ସାମିଲ ହୋଇଥିଲେ।