ଫାଇନାଲରେ ପ୍ରବେଶ କଲା ଚିକିଲି ଏବଂ ବଗାର୍ଡ ଦଳ
କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଅନ୍ତର୍ଗତ ଅରେବେଡା ଫୁଟବଲ ଆସୋସେସିଏସନ ପକ୍ଷରୁ ସ୍ବର୍ଗତ ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅରେବେଡା ଦର୍ଲିବାହାଲି ଫୁଟବଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଛି। ଏହି ଖେଳରେ ୧୬ଗୋଟି ଦଳ ଭାଗନେଇ ନିଜ ନିଜ ଖେଳ ପ୍ରଦର୍ଶନ କରୁଛନ୍ତି। ଟୁର୍ଣ୍ଣାମେଣ୍ଟ ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସରେ ପ୍ରଥମ ସେମିଫାଇନାଲ ଖେଳ ଏମସିବି ଚିକିଲି ଏବଂ ସିର୍ଲିଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ସିର୍ଲିଗୁଡା ଖେଳାଳି ଦଳଙ୍କୁ ପରାସ୍ତ କରି ଏମସିବି ଚିକିଲି ଦଳ ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ସେମି ଫାଇନାଲ ଖେଳ ବଗାର୍ଡ ଏବଂ ସାରେସମାଲ ଡଙ୍ଗରିଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାରେସମାଲ ଡଙ୍ଗରିଗୁଡ଼ାକୁ ପରାସ୍ତ କରି ବଗାର୍ଡ ଖେଳାଳି ଦଳ ଫାଇନାଲକୁ ପ୍ରବେଶ କରିଛି। ଖେଲଟିକୁ କ୍ଷୀରୋଦ ଶବର ପରିଚାଳନା କରିଥିବା ବେଳେ ତ୍ରିନାଥ ରାଉତ ଏବଂ ମଙ୍ଗରାଜ ବନ୍ଦୀଛୋଡ ଲାଇନମେନ ଦାୟିତ୍ଵ ତୁଲାଇଥିଲେ। ଦୁଃଶାସନ ଖର୍ସେଲ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ଗୋପଗଞ୍ଜନ ବେଣୁ ପାଣି ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଯିତ ସପ୍ତମ ଦିବସରେ ମଣ୍ଡଳ ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ଅନଙ୍ଗସେନ ବାଗ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଗଣେଶରାମ ବାଗ, ପୂର୍ବତନ କ୍ରୀଡାବିତ୍ ସୁରେଶଚନ୍ଦ୍ର ବାଗ, ଲଙ୍କେଶ୍ଵର ବାଗ, ସୁଦର୍ଶନ ବେଣୁପାଣି, ବୃନ୍ଦାବନ ମାଝି, ଫକୀର ପଣ୍ଡା, ନୂତନ ଶବର ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ବନ୍ଧୁତ୍ୱପୂର୍ଣ୍ଣ ଖେଳ ପ୍ରଦର୍ଶନରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ତଥା ପରିଚାଳନା କମିଟିର ଡ଼ିଲୁ, ତରୁ, ବିଦେଶୀ, ମଞ୍ଜୁ, ଯୁଧିଷ୍ଠି, ମଣି, ଦେବେନ୍ଦ୍ର, ଡିଙ୍ଗର, ଟିଙ୍କୁ, ଉମେଶ, ପୁସ୍ତମ, ଚିତ୍ରୁ ପ୍ରମୁଖ ଖେଳରେ ସକ୍ରିୟ ସହଯୋଗ କରୁଛନ୍ତି। ଆସନ୍ତା କାଲି ଚିକିଲି ଏବଂ ବଗାର୍ଡ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ।
