ବିଦ୍ଯୁତ୍ ଖୁଣ୍ଟ କୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ୍ଯୁ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ନିକଟସ୍ଥ ତାରାଣା ନିକଟସ୍ଥ ଏକ ବିଦ୍ଯୁତ୍ ଖୁଣ୍ଟ କୁ ପିଟି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ୍ ଆରୋହୀ ହେଲେ ବହଳଦା ଥାନା ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମର ଏମ୍ ଡି ପିୟାର ଜାହ୍ବାନ୍ ଙ୍କ ପୁଅ ଏମ୍ ଡି ଆବୁତାଲାଇବ (୩୪ ) ବୋଲି ଜଣାପଡିଛି। ସୂଚନା ମୁତାବକ, ଅନ୍ଯ ଗାଡିକୁ ସାଇଡ ଦେବାକୁ ଯାଇ ବାଇକ୍ ଚାଳନାରେ ଭାରସାମ୍ଯ ହରାଇ ସିଧା ବିଦ୍ଯୁତ୍ ଖୁଣ୍ଟୁକୁ ଧକ୍କା ଦେଇ ଗୁରୁତର ହୋଇଥିଲେ ବାଇକ୍ ଆରୋହୀ ଆବୁତାଲାଇବ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ବହଳଦା ସ୍ବାସ୍ଥ୍ଯ କେନ୍ଦ୍ରକୁ ଚିକିତ୍ସିତ କରିବାକୁ ନିଆଯାଇଥିଲା। ହେଲେ ଚିକିତ୍ସିତ ମଧ୍ଯରେ ବହଳଦା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହଳଦା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଥିଲେ। ତେବେ ଏଭଳି ଦୈନିକ ଘଟଣା ଦୂର୍ଘଟଣାମାନ ଘଟୁଥିବାରୁ ବହଳଦା ପୋଲିସ ଗାଡି ଚାଳନା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରମର୍ଶ ଦେଇଛନ୍ତି।