କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ପାଞ୍ଚ ଦିନିଆ ସମ୍ଭବ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କେସିଙ୍ଗା ରେ ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ଗତ ତା ୧୩ ରୁ ତିନୋଟି ବ୍ଲକ କେସିଙ୍ଗା, କର୍ଲାମୁଣ୍ଡା, ଏବଂ ମ. ରାମପୁର ର ଉଚ୍ଚ ବିଦ୍ୟାଳୟ ର ୫୦ ଜଣ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମୀର କୁମାର ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ ତୁଯୁଙ୍ଗ ର ପ୍ରଧାନ ଶିକ୍ଷକ ଦିବାକର ସାହୁ, ଜୟ ଦୂର୍ଗା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ଏବଂ କପିଳେଶ୍ଵର ଉଚ୍ଚ ବିଦ୍ୟାଳୟ କନ୍ତେଶିର ର ସହକାରୀ ଶିକ୍ଷକ ତରୁଣ କାନ୍ତି ମିଶ୍ର ସାଧନ କର୍ମୀ ରୂପେ ତିନି ବ୍ଲକ ର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟ ମାନଙ୍କରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଆଜିର ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଯୋଗ ଦେଇ କର୍ମଶାଳାର ସମସ୍ତ ପ୍ରଧାନଶିକ୍ଷକଏବଂ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ପରିଚାଳନା ରେ ସେମାନଙ୍କ ଦାୟିତ୍ଵ ଓ ଭୂମିକା ବିଷୟରେ ଅବଗତ କରାଇଥିଲେ କାର୍ଯ୍ୟକ୍ରମ ର ସଭାପତି ଭାବେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଏବଂ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଉପସ୍ଥିତ ଥିଲେ । ପି.ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ ତୁଣ୍ଡଲା ର ପ୍ରଧାନ ଶିକ୍ଷକ ଯତୀନ୍ଦ୍ର କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ଜୱାହର ଉଚ୍ଚ ବିଦ୍ୟା ପିଠ ବାଲସି ର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।
