ରାୟଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ : ସ୍ଥାନୀୟ ପିଏମଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାୟଗଡ଼ ବିଡିଓ ସୁଜିତ କୁମାର ମିଶ୍ର ଓ ଉଦଯାପନୀ ଉତ୍ସବରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଟୁନୀ ହୁଇକା ମୁଖ୍ଯ ଅତିଥିଭାବେ ଯୋଗଦେଇଥିଲେ। ବରେଣ୍ଯ ଅତିଥିରୂପେ ଏଡିଇଓ ଭଜନଲାଲ ମାଝୀ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଏବିଇଓ ଛବିଲାଲ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ସାତଗୋଟି ବିଷୟବସ୍ତୁରେ ମୋଟ ୮୭ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଜୁନିୟରବର୍ଗରେ ୪୭ ସିନିୟର ବର୍ଗରେ ୪୦ ଜଣ ତଥା କୁଇଜ ପ୍ରତିଯୋଗିତାରେ ୧୫୪ ଜଣ ଅଂଶଗ୍ରହଣ କରିଥିଲେ। ଶିଶୁ ସୁଲଭ ପ୍ରକଳ୍ପ ଗୁଡିକ ଗବେଷଣାତ୍ମକ ଓ ଉଦ୍ଭାବନମୂଳକ ହୋଇଥିବାରୁ ଅଧିକ ଆକର୍ଷଣୀୟ ହୋଇପାରିଲା। ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ ନିମନ୍ତେ ପ୍ରତି ବିଦ୍ୟାଳୟରେ କୁନି ବୈଜ୍ଞାନିକର ସନ୍ଧାନର ଆବଶ୍ୟକତା ରହିଛି। ପ୍ରକଳ୍ପ ପ୍ରସ୍ତୁତି ଓ ଉପସ୍ଥାପନ ଦ୍ବାରା ଶିଶୁର ବୈଜ୍ଞାନିକ ମନୋବୃତ୍ତିର ବିକାଶ ହେବାସହ ବୈଷୟିକ ଜ୍ଞାନ ବୃଦ୍ଧି ପାଇବ। ପ୍ରତିଟି ବିଷୟକୁ ଅନ୍ଧ ଭାବରେ ଗ୍ରହଣ ନକରି ପ୍ରାମାଣିକ ତଥ୍ଯ ଉପରେ ପର୍ଯ୍ୟବେସିତ ହେବେ। ଶିଶୁ ବିଷୟବସ୍ତୁକୁ ଘୋଷା ପରିବର୍ତ୍ତେ ଅନୁସନ୍ଧିତ୍ସୁ ହେବେ ବୋଲି ଅତିଥିବୃନ୍ଦ ମତ ପୋଷଣ କରିଥିଲେ। ବିଜ୍ଞାନ ସତ୍ଯାସତ୍ଯ ସମ୍ବଳିତ ଯାହା ଭବିଷ୍ଯତରେ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହାୟକ ହୋଇଥାଏ। ଅତିଥିବୃନ୍ଦ ପିଲାଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବାସହ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ପ୍ରକଳ୍ପ ପ୍ରତି ପିଲାଙ୍କ ଧାରଣା ବିଷୟରେ ପଚାରି ବୁଝିଥିଲେ। ଏତେ ସୁନ୍ଦର ଧାରଣା ସମ୍ବଳିତ ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରକଳ୍ପ ଚୟନ କଷ୍ଟସାଧ୍ୟ ଥିବା ଚୟନକର୍ତ୍ତା ହୃଦବୋଧ କରିଥିଲେ। ଏଠାକାର ନୂତନ ଧାରଣା ଓ ଚିନ୍ତାଧାରା ପ୍ରତି ବିଦ୍ୟାଳୟ ସ୍ତରରେ ଯେପରି ପହଞ୍ଚିବ ସେଥିପ୍ରତି ଦୃଷ୍ଟିଦେବାକୁ ଏଡିଇଓ ଭଜନଲାଲ ମାଝୀ କହିଛନ୍ତି। ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ କିଶୋର କୁମାର ନାୟକ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ମାଧ୍ୟମରେ ଶିକ୍ଷକ ଓ ସି ଆରସିସି, ତାଡମା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଖିରେଶ୍ବର ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।
